Odisha Link
Bridging the Missing Links in Odisha

ମୋଦୀଙ୍କ ନୂଆ ଟିମରେ କାହାକୁ କେଉଁ ବିଭାଗ ମିଳିଲା ଜାଣନ୍ତୁ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରର ଦ୍ଵିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି। କେନ୍ଦ୍ର କ୍ୟାବିନେଟର ନବକଳେବର ହେବା ପରେ ମନ୍ତ୍ରୀଙ୍କୁ ଦାୟିତ୍ବ ବଣ୍ଟାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ବଦଳିଛି। ସେହିପରି ୨୦୧୪ରୁ ମୋଦୀ ସରକାରରେ ପେଟ୍ରୋଲିୟମ ବିଭାଗର ମନ୍ତ୍ରୀ ଥିବା ଧର୍ମେନ୍ଦ୍ରଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି।

ନୂଆକରି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ ମିଳିଛି ଗୁରୁ ଦାୟିତ୍ବ। ଅଶ୍ବିନୀଙ୍କୁ ରେଲ ଓ ଆଇଟି ମନ୍ତ୍ରାଳୟ ମିଳିଛି। ସେହିପିରି ପୀୟୂଷ ଗୋୟେଲଙ୍କୁ ବୟନ ଶିଳ୍ପ ମନ୍ତ୍ରାଳୟ, ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ ବିଭାଗ ସହ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ମିଳିଛି। ସେହିପରି ଏଲଜେପି ସାଂସଦ ପଶୁପତି କୁମାର ପାରସଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ମିଳିଥିବା ବେଳେ ଭୂପେନ୍ଦ୍ର ଯାଦବଙ୍କୁ ଶ୍ରମ ଓ ପରିବେଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି।

ବିଦେଶ ରାଷ୍ଟ୍ରମନ୍ତ୍ରୀ ସହ ସଂସ୍କୃତି ବିଭାଗ ସମ୍ଭାଳିବେ ମୀନାକ୍ଷୀ ଲେଖୀ। ପୁରଷୋତ୍ତମ ରୁପାଲାଙ୍କୁ ମତ୍ସ୍ୟ ଓ ଗୋପାଳନ ମନ୍ତ୍ରାଳୟ ଦାୟିତ୍ୱ ମିଳିଥିବା ବେଳେ ଅନୁରାଗ ଠାକୁରଙ୍କୁ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ପୂର୍ବରୁ ଏହି ବିଭାଗ କିରଣ ରିଜଜୁଙ୍କ ପାଖରେ ଥିଲା। ପ୍ରଧାନମନ୍ତ୍ରୀ ନିଜ ପାଖରେ ବିଜ୍ଞାନ ଓ ବୈଷେୟିକ ମନ୍ତ୍ରଣାଳୟ ନିଜ ପାଖରେ ରଖିଛନ୍ତି। ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ମନ୍ତ୍ରିମଣ୍ଡଳର ନୂଆ ଦାୟିତ୍ଵ ଦିଆଯାଇଛି। ଶାହାଙ୍କୁ ମିନିଷ୍ଟ୍ରୀ ଅଫ କୋପୋରେସନ ଦାୟିତ୍ଵ ମିଳିଛି।

Leave A Reply

Your email address will not be published.