Odisha Link
Bridging the Missing Links in Odisha

ଆଗୁଆ ଆସିପାରେ କରୋନାର ତୃତୀୟ ଲହର: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଆଗୁଆ ଆସିପାରେ କରୋନାର ତୃତୀୟ ଲହର। ଅମାନିଆଙ୍କ କାରଣରୁ ତୃତୀୟ ପ୍ରବାହ ଆଗୁଆ ଆସିବାର ସମ୍ଭାବନା ରହିଛି। ଢ଼ିଲାପଣ ଯୋଗୁଁ ସଂକ୍ରମଣ ବଢ଼ୁଛି। ଆଜି ଦେଶରେ ମଧ୍ୟ ସଂକ୍ରମଣ ବଢ଼ିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଏଭଳି ସ୍ଥିତିରେ ଲୋକମାନେ କୋଭିଡ୍ ନିୟମ ମାନିବା ଦରକାର ବୋଲି ସେ କହିଛନ୍ତି। ସେପ୍ଟେମ୍ବର, ଅକ୍ଟୋବର ପରେ ତୃତୀୟ ଲହର ଆସିବା ଆଶଙ୍କା ଥିଲା। ଲୋକେ ଅମାନିଆ ହେଉଥିବାରୁ ଏହା ଶୀଘ୍ର ଆସିପାରେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

କିଛି ଲୋକ ନିୟମ ମାନୁନାହାଁନ୍ତି। ସେମାନେ ଦରକାର ନଥିଲେ ବାହାରକୁ ଯାଆନ୍ତୁ ନାହିଁ। ନିୟମ ଉଲ୍ଲଂଘନ କଲେ ଆମେ ଦୋକାନ ବଜାର ସହ ହାଟକୁ ବନ୍ଦ କରିବାକୁ ବାଧ୍ୟ ହେଉଛୁ। ଯଦି ଏଭଳି ଅବସ୍ଥା ରୁହେ ତ ତୃତୀୟ ପ୍ରବାହ ଆଗୁଆ ଆସିପାରେ।

Leave A Reply

Your email address will not be published.