Odisha Link
Bridging the Missing Links in Odisha

ଟିମ୍‌ ମୋଦୀର ନବକଳେବର: କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ, ସିନ୍ଧିଆ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର। ଶପଥ ନେଉଛନ୍ତି ମନ୍ତ୍ରୀ। ରାଷ୍ଟ୍ରପତି ଭବନରେ ହେୁଛି ଶପଥ ଗ୍ରହଣ ଉତ୍ସବ। ମୋଟ ୪୩ ମନ୍ତ୍ରୀ ଶପଥ ନେବେ। ଖବର ଲେଖା ହେବା ପର୍ଯ୍ୟନ୍ତ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଓଡ଼ିଶାର ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥିସହିତ ପଶୁପତି କୁମାର ପାରସ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ମିନାକ୍ଷୀ ଲେଖି, ଅଜୟ ଭଟ୍ଟ ଓ ଅନୁରାଗ ଠାକୁରଙ୍କ ନାମ ମଧ୍ୟ ରହିଛି।

୪୩ ଜଣ ତାଲିକାରେ ନାରାୟଣ ରାଣେ, ସର୍ବାନନ୍ଦ ସୋନୋୱାଲ, ବୀରେନ୍ଦ୍ର କୁମାର, କିରେନ୍ ରିଜିଜୁ, ରାଜ କୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭିୟା, ଭୂପେନ୍ଦ୍ର ଯାଦବ, ପୁରୁଷୋତ୍ତମ ରୂପାଲା, ଜି. କିଶାନ ରେଡ୍ଡି, ଅନୁରାଗ ଠାକୁର, ପଙ୍କଜ ଚୌଧୁରୀ, ସତ୍ୟପାଲ୍ ସିଂହ ବାଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂହ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ ସ୍ଥାନ ପାଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଅନ୍ନପୂର୍ଣ୍ଣା ଦେବୀ, ଏ. ନାରାୟଣସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବିଏଲ୍ ଶର୍ମା, ଅଜୟ କୁମାର, ଚୌହାନ୍ ଦେବୁସିଂ, ଭଗୱନ୍ତ ଖୁବା, କପିଲ୍ ମୋରେଶ୍ୱର ପାଟିଲ, ପ୍ରତିମା ଭୌମିକ, ସୁଭାଷ ସରକାର, ଭଗବତ ରଞ୍ଜନ ସିଂହ, ଭାରତୀ ପ୍ରବୀଣ ପାୱାର, ବିଶ୍ୱେଶ୍ୱର ଟୁଡୁ, ଶାନ୍ତନୁ ଠାକୁର, ମୁଞ୍ଜାପରା ମହେନ୍ଦ୍ରଭାଇ, ଜନ୍ ବାର୍ଲା, ଏଲ୍. ମୁରୁଗାନ୍, ନୀତୀଶ ପରମାଣିକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

Leave A Reply

Your email address will not be published.