Odisha Link
Bridging the Missing Links in Odisha

ମୋଦୀଙ୍କ ଟିମର ସର୍ବକନିଷ୍ଠ ମନ୍ତ୍ରୀ, ଜାଣନ୍ତୁ କିଏ ଏହି ନେତା ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ବିସ୍ତାରରେ ଅନେକ ନୂତନ ଚେହେରା ସାମିଲ ହୋଇଛନ୍ତି। ବୁଧବାର ମୋଟ୍‌ ୪୩ ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପଶ୍ଚିମବଙ୍ଗର କୁଚ୍ ବିହାରି ଆସନରୁ ସାଂସଦ ନିଶିଥ ପ୍ରମାଣିକ ମଧ୍ୟ ମୋଦୀଙ୍କ କ୍ୟାବିନେଟରେ ମନ୍ତ୍ରୀ ପଦ ହାତେଇଛନ୍ତି। ଏହା ପୂର୍ବରୁ ସେ ଶିକ୍ଷକତା କରୁଥିଲେ। ମାତ୍ର ୩୫ ବର୍ଷରେ ମନ୍ତ୍ରୀ ଭାବରେ ସାମିଲ ହୋଇଥିବା ନୀତୀଶ ମୋଦୀ କ୍ୟାବିନେଟରେ ସର୍ବକନିଷ୍ଠ ମନ୍ତ୍ରୀର ମାନ୍ୟତା ପାଇଛନ୍ତି ।

ବିସିଏ ଡିଗ୍ରୀ ହାସଲକାରୀ ନିଶିଥ ନିଜର ରାଜନୈତିକ ଜୀବନ ତୃଣମୂଳ କଂଗ୍ରେସରୁ ଆରମ୍ଭ କରିଥିଲେ। ଟିଏମସିରେ ତାଙ୍କ ପରିଚୟ ଜଣେ ଯୁବ ନେତାଙ୍କ ରୂପେ ଥିଲା। ୧୯୮୬ ଜାନୁଆରୀ ୧୭ରେ ଜନ୍ମଗ୍ରହଣ କରିଥିବା ନିଶିଥ ପ୍ରମାଣିକଙ୍କ ଛବି ଜଣେ ଶିକ୍ଷିତ ଯୁବ ନେତା ଭାବେ ରହି ଆସିଛି। କିନ୍ତୁ ତାଙ୍କ ଉପରେ ଅନେକ ଅପରାଧିକ ମୋକଦ୍ଦମା ମଧ୍ୟ ରହିଛି। ଦଳ କାର୍ଯ୍ୟଶୈଳୀ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରି ପ୍ରମାଣିକ ୨୦୧୮ରେ ସେ ଟିଏମସି ସହ ସଂପର୍କ ଛିନ୍ନ କରିଥିଲେ।

ନିଶିଥଙ୍କ ସାଙ୍ଗଠନିକ ସ୍ଥିତିକୁ ଦେଖି ବିଜେପି ତାଙ୍କୁ ୨୦୧୯ ମସିହାରେ ସାଂସଦ ଟିକେଟ ଦେଇଥିଲା। ବିଜେପିରୁ ଟିକେଟ୍ ପାଇବା ପରେ ନିଶିଥ ପ୍ରମାଣିକ ନିଜକୁ ମଧ୍ୟ ସାବ୍ୟସ୍ତ କରିଥିଲେ। ତାଙ୍କୁ କୁଚବିହାର ପରି ଗୁରୁତ୍ଵପୂର୍ଣ୍ଣ ସଂସଦୀୟ କ୍ଷେତ୍ରର ଦାୟିତ୍ଵ ଦିଆଯାଇଥିଲା। ଏହି ଆସନ ଦିନ ଥିଲା ଟିଏମସିର ଗଡ଼ ଥିଲା। ମାତ୍ର ପ୍ରମାଣିକ ନିଜ ଦମରେ ୨୦୧୯ ସାଧାରଣ ନିର୍ବାଚନରେ ତୃଣମୂଳ କଂଗ୍ରେସର ଦମଦାର ପ୍ରାର୍ଥୀ ପରେଶ ଚନ୍ଦ୍ର ଅଧିକାରୀଙ୍କୁ ମାତ୍ ଦେବାରେ ସଫଳ ହୋଇଥିଲେ। ଏବେ ତାଙ୍କୁ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି।

ସବୁଠୁ ବଡ଼କଥା ହେଲା କୁଚବିହାର ଆସନରୁ ପ୍ରଥମ ଥର କୌଣସି ସାଂସଦଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରାଯାଉଛି।

Leave A Reply

Your email address will not be published.