Odisha Link
Bridging the Missing Links in Odisha

ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ

ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ। ଦିଲ୍ଲୀକୁ ଅନେକ ନେତାଙ୍କୁ ଡକରା ହୋଇଛି। ନୂଆ ମନ୍ତ୍ରିମଣ୍ଡଳରେ ୬ କ୍ୟାବିନେଟ୍ ସହ ୨୦ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିପାରେ। ଯୁବ ଏବଂ ନୂଆ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇପାରେ।

କେନ୍ଦ୍ର କ୍ୟାବିନେଟରେ ୮୧ ଜଣ ସଦସ୍ୟ ରହିପାରିବେ। କିନ୍ତୁ ବର୍ତ୍ତମାନ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବର୍ତ୍ତମାନ ଅଛନ୍ତି ୫୩ ଜଣ ସଦସ୍ୟ। ତେଣୁ ଆଉ ୨୮ ଜଣ ଏଥିରେ ସାମିଲ ହୋଇପାରିବେ। N.D.A. ରେ ସାମିଲ ଥିବା ଛୋଟ ଛୋଟ ଦଳଗୁଡ଼ିକୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ।

ଦେଶର ଇତିହାସରେ ସବୁଠୁ ୟଙ୍ଗ ହୋଇପାରେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ। ମନ୍ତ୍ରୀ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତାକୁ ପ୍ରାଧାନ୍ୟ ଦିଆଯିବ। ରାଜ୍ୟ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳ ଉପରେ ଗୁରୁତ୍ବ ରହିବ। ଦଳିତ ଏବଂ ପଛୁଆ ବର୍ଗର ପ୍ରତିନିଧିତ୍ବ ବଢ଼ିପାରେ। ପ୍ରଶାସନିକ ଅନୁଭବ ଥିବା ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ମନ୍ତ୍ରିମଣ୍ଡଳରେ ମହିଳା ପ୍ରତିନିଧିତ୍ବ ବୃଦ୍ଧି ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ନାରାୟଣ ରାଣେ, ପଶୁପତି ପାରସ, ସୁଶୀଲ ମୋଦି, ସନ୍ତୋଷ କୁଶୱା, ରୀତା ବହୁଗୁଣା ଯୋଶୀ, ଅନୁପ୍ରିୟା ପଟେଲ ଏବଂ ବରୁଣ ଗାନ୍ଧୀ ଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.