Odisha Link
Bridging the Missing Links in Odisha

ଆରପାରିରେ ଦିଲ୍ଲୀପ କୁମାର

ମୁମ୍ବାଇ: ହିନ୍ଦୀ ସିନେମାର ଭେଟରାନ୍ କଳାକାର ଦିଲ୍ଲୀପ କୁମାରଙ୍କ ପରଲୋକ। ୯୮ ବର୍ଷ ବୟସରେ ଆଖି ବୁଜିଛନ୍ତି ଦିଲ୍ଲୀପ କୁମାର। ଆଜି ସକାଳେ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ହିନ୍ଦି ସିନେମାର ଟ୍ରାଜେଡି କିଙ୍ଗ୍ ଭାବେ ବେଶ୍‌ ପରିଚିତ। ସେ ୬ ଦଶନ୍ଧିର ଫିଲ୍ମ କ୍ୟାରିଅରରେ ୬୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛନ୍ତି। ବଲିଉଡ ପାଇଁ ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି।

୧୯୪୪ରେ ଜ୍ୱାର ଭଟ୍ଟା ଫିଲ୍ମରୁ ଡେବ୍ୟୁ କରିଥିବା ବେଳେ ମୁଗଲ-ଏ ଆଜମ୍, ଗଙ୍ଗା ଯମୁନା, ମଶାଲ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ସମସ୍ତଙ୍କ ମନକୁ ଜିତି ପାରିଥିଲା ଦେବଦାସ, ରାମ୍ ଔର ଶ୍ୟାମ୍, କର୍ମା, ସୌଦାଗର ପ୍ରମୁଖ ଫିଲ୍ମରେ ସେ ଦର୍ଶକଙ୍କ ମନକୁ ନିଜ ଅଭିନୟ ଦ୍ୱାରା ଜିଣିପାରିଥିଲେ।

ଲିଡର, ମଧୁମତୀ, ବିଧାତା, କ୍ରାନ୍ତି ମଧ୍ୟ ତାଙ୍କର ଅନ୍ୟତମ ଶ୍ରେଷ୍ଠ ଫିଲ୍ମ। ୧୯୯୪ରେ ଦାଦା ସାହେବ ଫାଲକେ ଆୱାର୍ଡରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ୨୦୧୫ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ଦିଲ୍ଲୀପ କୁମାର। ବେଷ୍ଟ ଆକ୍ଟର ଭାବେ ଫିଲ୍ମ ଫେୟାର ଆୱାର୍ଡର ପ୍ରଥମ ବିଜେତା ହେଉଛନ୍ତି ଦିଲ୍ଲୀପ କୁମାର ।