Odisha Link
Bridging the Missing Links in Odisha

ଟିମ୍‌ ମୋଦୀର ନବକଳେବର: କିଏ ଆଉଟ୍‌ ଆଉ କିଏ ଇନ୍‌ ଜାଣନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳର ନବକଳେବର। ଶପଥ ନେଉଛନ୍ତି ମନ୍ତ୍ରୀ। ରାଷ୍ଟ୍ରପତି ଭବନରେ ହେୁଛି ଶପଥ ଗ୍ରହଣ ଉତ୍ସବ। ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଉଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମୋଟ ୪୩ ମନ୍ତ୍ରୀ ଶପଥ ନେବେ। ଖବର ଲେଖା ହେବା ପର୍ଯ୍ୟନ୍ତ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଓଡ଼ିଶାର ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଏଥିସହିତ ପଶୁପତି କୁମାର ପାରସ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ମିନାକ୍ଷୀ ଲେଖି, ଅଜୟ ଭଟ୍ଟ ଓ ଅନୁରାଗ ଠାକୁରଙ୍କ ନାମ ମଧ୍ୟ ରହିଛି।

୪୩ ଜଣ ତାଲିକାରେ ନାରାୟଣ ରାଣେ, ସର୍ବାନନ୍ଦ ସୋନୋୱାଲ, ବୀରେନ୍ଦ୍ର କୁମାର, କିରେନ୍ ରିଜିଜୁ, ରାଜ କୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭିୟା, ଭୂପେନ୍ଦ୍ର ଯାଦବ, ପୁରୁଷୋତ୍ତମ ରୂପାଲା, ଜି. କିଶାନ ରେଡ୍ଡି, ଅନୁରାଗ ଠାକୁର, ପଙ୍କଜ ଚୌଧୁରୀ, ସତ୍ୟପାଲ୍ ସିଂହ ବାଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲାଜେ, ଭାନୁପ୍ରତାପ ସିଂହ ବର୍ମା, ଦର୍ଶନ ବିକ୍ରମ ଜାରଦୋଶ ସ୍ଥାନ ପାଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଅନ୍ନପୂର୍ଣ୍ଣା ଦେବୀ, ଏ. ନାରାୟଣସ୍ୱାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବିଏଲ୍ ଶର୍ମା, ଅଜୟ କୁମାର, ଚୌହାନ୍ ଦେବୁସିଂ, ଭଗୱନ୍ତ ଖୁବା, କପିଲ୍ ମୋରେଶ୍ୱର ପାଟିଲ, ପ୍ରତିମା ଭୌମିକ, ସୁଭାଷ ସରକାର, ଭଗବତ ରଞ୍ଜନ ସିଂହ, ଭାରତୀ ପ୍ରବୀଣ ପାୱାର, ବିଶ୍ୱେଶ୍ୱର ଟୁଡୁ, ଶାନ୍ତନୁ ଠାକୁର, ମୁଞ୍ଜାପରା ମହେନ୍ଦ୍ରଭାଇ, ଜନ୍ ବାର୍ଲା, ଏଲ୍. ମୁରୁଗାନ୍, ନୀତୀଶ ପରମାଣିକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।

ବିଦା ହୋଇଥିବା ମନ୍ତ୍ରୀ

୧-ଡା ହର୍ଷବର୍ଦ୍ଧନ(ସ୍ୱାସ୍ଥ୍ୟମନ୍ତ୍ରୀ)
୨-ବାବୁଲ ସୁପ୍ରିଓ(ପରିବେଶ ରାଷ୍ଟ୍ରମନ୍ତ୍ରୀ)
୩-ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ( ଏମଏସ୍ଏମଇ ରାଷ୍ଟ୍ରମନ୍ତ୍ରୀ)
୪-ରମେଶ ପୋଖରିୟାଲ ନିଶଙ୍କ(ଶିକ୍ଷା ମନ୍ତ୍ରୀ)
୫-ସନ୍ତୋଷ ଗଙ୍ଗୱାର(ଶ୍ରମ ରାଷ୍ଟ୍ରମନ୍ତ୍ରୀ)
୬-ଥାୱରଚାନ୍ଦ ଗେହଲଟ(ସାମାଜିକ ନ୍ୟାୟ ମନ୍ତ୍ରୀ)
୭-ସଦାନନ୍ଦ ଗୌଡ଼ା(ସାର ଓ ରସାୟନ ମନ୍ତ୍ରୀ )
୮-ସଞ୍ଜୟ ଧୋତ୍ରେ(ଶିକ୍ଷା ରାଷ୍ଟ୍ରମନ୍ତ୍ରୀ)
୯-ରାଓ ସାହେବ ଧାନଭେ ପାଟିଲ( ଖାଉଟି ବ୍ୟାପର ରାଷ୍ଟ୍ରମନ୍ତ୍ରୀ)
୧୦-ଦେବଶ୍ରୀ ଚୌଧୁରୀ(ଶିଶୁ ଓ ମହିଳା ବିକାଶ ରାଷ୍ଟ୍ରମନ୍ତ୍ରୀ)
୧୧-ରତନ ଲାଲ କଟାରିଆ(ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ)
୧୨-ଅଶ୍ୱିନୀ କୁମାର ଚୌବେ(ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ)

Leave A Reply

Your email address will not be published.