Odisha Link
Bridging the Missing Links in Odisha

ଏନକାଉଣ୍ଟରରେ ୫ ଆତଙ୍କବାଦୀ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀ ‘ଅଲ୍ ଆଉଟ୍’ ଅଭିଯାନ ଜାରି। ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଜମ୍ମୁ-କଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଏହି ସଫଳତା। ଆଉ କିଛି ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରାଯାଉଛି। ଫଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

ଏହି ଘଟଣାକୁ ନେଇ ଜମ୍ମୁ-କଶ୍ମୀର ଆଇଜିପି ବିଜୟ କୁମାର ସୁରକ୍ଷାକର୍ମୀ ତଥା ପୋଲିସକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ବୁଧବାର ବିଳମ୍ବିତ ରାତିରେ ପୋଲିସକର୍ମୀଙ୍କୁ ପୁଲୱାମା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା। ଖବର ମିଳିବା ପରେ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ଏହି ସମୟରେ ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ, ଯାହାର ଜବାବ ଦେବାକୁ ଯାଇ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳି ଚଳାଇ ସେମାନଙ୍କୁ ନିହତ କରିଥିଲେ। ଏଥିରେ ହିଜବୁଲ ମୁଜାହିଦୀନ ଆତଙ୍କବାଦୀର ଜଣେ କମାଣ୍ଡର ନିହତ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.