Odisha Link
Bridging the Missing Links in Odisha

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ତୈଳ ଦର। ଦେଶର ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ଲିଟର ପିଛା ଦର ସେଞ୍ଚୁରୀ ପାର କରିଥିଲେ ହେଁ ଥମିବାର ନାଁ ନେଉନାହିଁ। ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଛି।
ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୧୦୧.୩୭ ଟଙ୍କା ଓ ଡିଜେଲ ଦାମ ୯୭.୬୭ ଟଙ୍କା ହୋଇଛି।

ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୩୫ ପଇସା ଓ ଡିଜେଲର ଦାମ ୯ ପଇସା ମହଙ୍ଗା ହୋଇଛି। କୋଲକାତାରେ ପେଟ୍ରୋଲ ୩୯ ପଇସା ଓ ଡିଜେଲ ୧୫ ପିଇସା ବଢ଼ିଛି।ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୧.୩୭ ଟଙ୍କା ଓ ୯୪.୧୫ ଟଙ୍କା ରହିଛି।

ବେଙ୍ଗାଲୁରୁ ପେଟ୍ରୋଲର ଦାମ ୧୦୩.୩୭ ଟଙ୍କା ଓ ଡିଜେଲର ଦାମ ୯୪.୧୫ ଟଙ୍କା, ହାଇଦ୍ରାବାଦରେ ପେଟ୍ରୋଲ ୧୦୪.୫୦ ଟଙ୍କା ଓ ଡିଜେଲ ଦର ୯୭.୬୮ ଟଙ୍କା, ଥିରୁବନନ୍ତପୁରମରେ ୧୦୨.୫୪ ଟଙ୍କା ଓ ଡିଜେଲ ଦାମ ୯୬.୨୦ ଟଙ୍କା, ଜୟପୁରରେ ୧୦୭.୩୭ ଟଙ୍କା ଓ ଡିଜେଲ ଦାମ ୯୮.୭୪ ଟଙ୍କା, ପାଟନାରେ ୧୦୨.୭୯ ଟଙ୍କା ଓ ଡିଜେଲ ଦାମ ୯୫.୧୪ ଟଙ୍କା ରହିଛି।

Leave A Reply

Your email address will not be published.