Odisha Link
Bridging the Missing Links in Odisha

ଗର୍ଭବତୀଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି। ବିଭିନ୍ନ ବର୍ଗର ଲୋକଙ୍କୁ ଟିକାକରଣ ପରେ ଏବେ ଗର୍ଭବତୀଙ୍କୁ ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହି ପରିପ୍ରେକ୍ଷୀରେ ଗର୍ଭବତୀଙ୍କୁ ଟିକାକରଣ ନେଇ କୁହାଯାଇଛି ଯେ, ଗର୍ଭବତୀ ଟିକା ନେଲେ ବିପଦ ନାହିଁ। ଗର୍ଭବତୀଙ୍କୁ ଟିକା ପାଇଁ ଲାଇନ ଦେବାକୁ ପଡ଼ିବ ନାହିଁ।

ଏ ସମ୍ପର୍କରେ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ବିସ୍ତୃତ ତଥ୍ୟ ଦେଇ କହିଛନ୍ତି ଯେ,  ଟିକାକରଣ କେନ୍ଦ୍ରରେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯିବ। ସେମାନେ ଟିକାକରଣ କେନ୍ଦ୍ରରେ ଲାଇନରେ ଛିଡ଼ା ହେବେ ନାହିଁ। ଟିକା ନେବାକୁ ଆସିଥିବା ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରତୀକ୍ଷାଳୟ ରଖାଯିବ।

ଟିକା ନେବା ପରେ ପାଶ୍ୱର୍ ପ୍ରତିକ୍ରିୟା ରହୁଛି କି ନାହିଁ ତାହାର ଅନୁଧ୍ୟାନ କରାଯିବ।  ଗର୍ଭବତୀ ଟିକା ନେଲେ କୌଣସି କ୍ଷତି ହେବ ନାହିଁ। ଟିକା ନେଲେ ଫଳପ୍ରଦ ହେବ ବୋଲି ଗର୍ଭବତୀଙ୍କୁ ସଚେତନ କରାଯିବ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

Leave A Reply

Your email address will not be published.