Odisha Link
Bridging the Missing Links in Odisha

ବାଇକ୍‌ ବୋଲେରୋ ମୁହାଁମୁହିଁ, ୨ ମୃତ

ନୂଆପଡ଼ା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍‌ ବୋଲେରୋ ମୁହାଁମୁହିଁ। ୩୫୩ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଏଥିରେ ୨ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁ ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ ପଲସିପାଣି ସାଲେପଡ଼ା ଗାଁର ଲୋକନାଥ ଶବର ଓ ଟିମନ ଶବରଙ୍କ ମୃତ୍ୟୁ ହୋଇଛି।

ଦୁର୍ଘଟଣା ସୂଚନା ପାଇ ପୁଲିସ ପହଞ୍ଚି ମୃତଦେହ ୨ଟି ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply

Your email address will not be published.