Odisha Link
Bridging the Missing Links in Odisha

ସଂକ୍ରମଣ ହାରକୁ ସମୀକ୍ଷା କରି ଅନଲକ ନିଷ୍ପତ୍ତି ନିଆଯିବ: ଡିଏମଇଟି

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ତେବେ କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାରେ ସଂକ୍ରମଣ ପୁରା କମିନାହିଁ। ଯେଉଁଥିପାଇଁ ସମ୍ପୃକ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି। ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେବା ଅବସରରେ ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି।

ସେହିପରି ସଂକ୍ରମଣ ହାର ଓ ଅନ୍ୟ ତଥ୍ୟକୁ ସମୀକ୍ଷା କରି ଅନଲକ ନିଷ୍ପତ୍ତି ନିଆଯିବ। ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବାଲୋକଙ୍କ ଉପରେ କଟକଣା ଜରୁରୀ। ନିଟ ପାଇଁ କେନ୍ଦ୍ର ଯାହା ଗାଇଡଲାଇନ ଦେବ ସେହି ଅନୁସାରେ ପରୀକ୍ଷା କରାଯିବ ବୋଲି ଡିଏମଇଟି ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.