Odisha Link
Bridging the Missing Links in Odisha

କମିଲା ସୁନା ଓ ରୁପା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: କମିଲା ସୁନା ଦର। ସୁନା ସହ ରୁପା ଦର ମଧ୍ୟ କମିଛି। ଗୁଡ୍ ରିଟର୍ଣ୍ଣସ୍ ଓ୍ୱେବସାଇଟ୍ ଅନୁସାରେ, ୨୨ କ୍ୟାରେଟ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୬୭୧୦ ଟଙ୍କା ରହିଛି। ସେହିପରି ରୁପା ଦାମ୍ ମଧ୍ୟ କମିଛି। ଗତବର୍ଷ ଅଗଷ୍ଟରେ ଏମସିଏକ୍ସରେ ୧୦ ଗ୍ରାମ୍ ସୁନା ଦର ୫୬ ହଜାର ଛୁଇଁଥିଲା। ଯାହା ସର୍ବାଧିକ ଥିଲା, ପରେ ଏହା କ୍ରମଶଃ ହ୍ରାସ ପାଇ ସୁନା ଦର ଏବେ ୪୬୭୧୦ ରହିଛି। ଅର୍ଥାତ ସର୍ବୋଚ୍ଚ ସ୍ତରରୁ ସୁନା ୧୦ ହଜାର ଟଙ୍କା ଶସ୍ତା ହୋଇଛି।

ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ଦର ୪୬୮୦୦ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ରହିଛି ୪୬୭୧୦ ଟଙ୍କା ରହିଛି। ଚେନ୍ନାଇରେ ୧୦ ଗ୍ରାମ ପିଛା ସୁନାର ଦର ୪୫୦୭୦ ଟଙ୍କା ଥିବା ବେଳେ କୋଲକାତାରେ ୪୭୩୭୦ ଟଙ୍କା ରହିଛି।

୨୪ କ୍ୟାରେଟ୍ ସୁନାର ଦାମ୍ ଦିଲ୍ଲୀରେ ମଙ୍ଗଳବାର ୫୦୮୫୦ ଟଙ୍କା ଥିବା ବେଳେ, ମୁମ୍ବାଇରେ ୪୭୭୧୦ ଟଙ୍କା, ଚେନ୍ନାଇରେ ୪୯୧୭୦ ଟଙ୍କା, କୋଲକାତାରେ ୫୦୭୦୭ ଟଙ୍କା ରହିଛି।

ରୁପାର ଦାମ୍ କେଜି ପିଛା ଦିଲ୍ଲୀରେ ୬୯୧୦୦ ଟଙ୍କା ଥିବା ବେଳେ, ମୁମ୍ବାଇରେ ୬୯୧୦୦ ଟଙ୍କା, ଚେନ୍ନାଇରେ ୭୩୮୦୦ ଟଙ୍କା ଓ କୋଲକାତାରେ ୬୯୧୦୦ ଟଙ୍କା ରହିଛି।

Leave A Reply

Your email address will not be published.