Odisha Link
Bridging the Missing Links in Odisha

ଆଜିଠୁ NEET ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ମେଡିକାଲ ପ୍ରବେଶିକା ଏନଇଇଟି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ। ଅପରାହ୍ଣ ୫ଟାରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। ଏନ୍‌ଟିଏ ୱେବସାଇଟ୍ ଜରିଆରେ ଆବେଦନ କରିହେବ। ସେପ୍ଟେମ୍ବର ୧୨ ତାରିଖରେ ହେବ ମେଡିକାଲ ପ୍ରବେଶିକା ପରୀକ୍ଷା। ଏନେଇ ଶିକ୍ଷାମନ୍ତ୍ରୀ ଟ୍ୱିଟ୍ କରି ନିଟ୍ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି। ଅଫଲାଇନ ମୋଡ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ସମୟରେ ସାମାଜିକ ଦୂରତାକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ପରୀକ୍ଷା କେନ୍ଦ୍ର ହେବାକୁ ଥିବା ସହର ସଂଖ୍ୟା ଇତିମଧ୍ୟରେ ୧୫୫ରୁ ୧୯୮କୁ ବୃଦ୍ଧି କରାଯାଇଛି। ୨୦୨୦ରେ ସାରା ଦେଶରେ ୩୮୬୨ଟି ପରୀକ୍ଷା କେନ୍ଦ୍ର ହୋଇଥିଲା । ତେଣୁ ଏଥର ଏହି ସଂଖ୍ୟାକୁ ବୃଦ୍ଧି କରାଯିବ।

ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯିବ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଯେପରି ଭିଡ଼ ନ ହୁଏ, ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଟାଇମ୍‌ ସ୍ଲଟ୍‌ ପ୍ରଦାନ କରାଯିବ। ପରୀକ୍ଷା କେନ୍ଦ୍ରରେ ପଞ୍ଜୀକରଣ ସ୍ପର୍ଶବିହୀନ ରହିବ। ବିଶୋଧନ ସହ ପରୀକ୍ଷାର୍ଥୀଙ୍କ ବସିବା ସମୟରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.