Odisha Link
Bridging the Missing Links in Odisha

ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ: ଆଜି ପୁଣି ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇଛି। ତିନିଦିନ ଦର ସ୍ଥିର ରହିବା ପରେ ଆଜି ଲିଟର ପିଛା ପେଟ୍ରୋଲ ୩୧-୩୯ ପଇସା ବୃଦ୍ଧି କରିଥିବା ବେଳେ ଡିଜେଲ ଲିଟର ପିଛା ୧୫-୨୧ ପଇସା ମହଙ୍ଗା ହୋଇଛି। ମୂଲ୍ୟବର୍ଦ୍ଧିତ କର ଓ ପରିବହନ ଭଡ଼ା ଯୋଗୁ ବିଭିନ୍ନ ରାଜ୍ୟରେ ଦର ଭିନ୍ନ ଭିନ୍ନ ରହିଛି। ଫଳରେ କଛି ରାଜ୍ୟଙ୍କୁ ଛାଡ଼ି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ପେଟ୍ରୋଲ ଲିଟରପିଛା ମୂଲ୍ୟ ୧୦୦ ଟଙ୍କା ଉପରେ ରହିଛି।

ତୈଳ ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ୧୦୧ଟଙ୍କା ୫୪ ପଇସା ଦରରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୮୯ଟଙ୍କା ୮୭ ପଇସା ଦରରେ ବିକ୍ରି ହେଉଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭ଟଙ୍କା ୫୪ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ୯୭ଟଙ୍କା ୪୫ ପଇସା ଦରରେ ବିକ୍ରି ହେଉଛି। ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ଦର ୧୧୨.୯ ଟଙ୍କା ଓ ଡିଜେଲ୍‌ ୧୦୩.୧୫ ଟଙ୍କା ରହିଛି।

ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍‌ ପ୍ରତିଲିଟର ପିଛା ୧୦୨ଟଙ୍କା ପାର କରିଥିବା ବେଳେ, ଡିଜେଲ୍‌ ଦର ୯୮ଟଙ୍କା ପାର କରିଛି।

Leave A Reply

Your email address will not be published.