Odisha Link
Bridging the Missing Links in Odisha

କୋଭିଡ ସମୀକ୍ଷା ବୈଠକରେ ଟିକା ନେଇ ଦାବି କଲେ ନବୀନ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ ସମୀକ୍ଷା ବୈଠକରେ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ନବୀନ ପଟ୍ଟନାୟକ କରୋନା ଟିକା ନେଇ କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଛନ୍ତି। ରାଜ୍ୟ ପାଇଁ ୯୫% ଟିକା କେନ୍ଦ୍ର ସରକାର ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ଗତ କେଇ ସପ୍ତାହ ହେଲା କୋଭିଡ ସ୍ଥିତିରେ ଭଲ ଉନ୍ନତି ଆସିଛି। ଉପକୂଳ ଜିଲ୍ଲା ଛାଡ଼ିଲେ ବାକି ଅଞ୍ଚଳରେ କରୋନା ସ୍ଥିତିରେ ଭଲ ଉନ୍ନତି ଆସିଛି। ଓଡ଼ିଶାରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ। ଘରୋଇ ହସ୍ପିଟାଲକୁ ୨୫% ଟିକା ଆବଣ୍ଟନ ନଥିବାରୁ ଓଡ଼ିଶା କୋଟା କମୁଛି।

ଘରୋଇ ହସ୍ପିଟାଲକୁ ୫% ଟିକାର ଦେଇ ୯୫% ରାଜ୍ୟ ସରକାରଙ୍କୁ ଦିଆଯାଉ ତୃତୀୟ ଲହରରେ ପିଲାମାନେ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ୧୨ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣ ବ୍ୟବସ୍ଥା କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଛନ୍ତି।

ପ୍ରକାଶ ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଥିଲେ। କୋଭିଡ ପରିଚାଳନା ସମ୍ପର୍କରେ ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶା ସମେତ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଆଲୋଚନା କରିଛନ୍ତି। ଏହି ଅବସରରେ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ କୋଭିଡ ପରିଚାଳନା ନେଇ କିଛି ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.