Odisha Link
Bridging the Missing Links in Odisha

ଗୁଣି ଗାରେଡ଼ି ସନ୍ଦେହରେ କଙ୍ଗାରୁ କୋର୍ଟ କରି ବୃଦ୍ଧଙ୍କୁ ହତ୍ୟା

ବଲାଙ୍ଗୀର: ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବଡମାଳ ଫାଣ୍ଡି ଅନ୍ତର୍ଗତ ବରାହମାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ମୃତକ ହେଲେ ବରାହମାଲର ୬୫ ବର୍ଷ ବୟସର ନିତ୍ୟା ଭୋଇ। ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ପରିବାରଲୋକେ ଅଭିଯୋଗ କରିଛନ୍ତି। ମୃତଦେହଟି ଗାଁ ନିକଟ ଜଙ୍ଗଲରୁ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।

ଗୁଣି ଗାରେଡ଼ି ସନ୍ଦେହରେ ଗାଁରେ କଙ୍ଗାରୁ କୋର୍ଟ କରି ତାଙ୍କ ବୃଦ୍ଧ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ପୁଅ ସୁନାଧର ଭୋଇ ଅଭିଯୋଗ କରିଛନ୍ତି। ଗାଁର ତହସିଲ ବଗର୍ତ୍ତି, ରାଜେଶ ବଗର୍ତ୍ତୀ, ଲିଙ୍ଗ ବଗର୍ତ୍ତୀ, ନବ ବଗର୍ତ୍ତୀ ଓ ଦୁଖୁ ଭୁଏ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ନେଇ ସୁନାଧର ଅଭିଯୋଗ କରିଛନ୍ତି।

ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ ମୃତଦେହକୁ ଗଛରେ ଝୁଲାଇ ଦିଆଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ସଂପର୍କରେ ଖବର ପାଇ ସଇଁନ୍ତଳା ପୋଲିସ ଚାରି ଜଣଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛି।

Leave A Reply

Your email address will not be published.