Odisha Link
Bridging the Missing Links in Odisha

ଇଦ୍‌ ପୂର୍ବରୁ ଆତ୍ମଘାତୀ ବିସ୍ଫୋରଣ, ୩୫ ମୃତ

ବାଗଦାଦ: ଇଦ୍‌ ପୂର୍ବରୁ ଇରାକ୍ ରାଜଧାନୀର ଏକ ବଜାରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଫଳରେ ବାଗଦାଦ ଉପକଣ୍ଠ ରାସ୍ତା କଡ଼ରେ ଘଟିଥିବା ଏହି ଭୟଙ୍କର ବିସ୍ଫୋରଣରେ ଅତି କମରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇରାକର ସୁରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ଏହି ଆତ୍ମଘାତୀ ବିସ୍ଫୋରଣ ଇସ୍‌ଲାମିକ୍‌ ଷ୍ଟେଟ୍‌ ସମୂହ ISIS ନିଜେ ଘଟାଇଥିବା ପ୍ରକାଶ କରିଛି। ଏକ ଟେଲିଗ୍ରାମ ଗ୍ରୁପ୍‌ରେ ବାର୍ତ୍ତା ଦେଇ କହିଛି ଯେ, ଅବୁ ହଜ୍‌ମା ଅଲ୍‌ ନାମକ ISIS ଆତଙ୍କବାଦୀ ସୋମବାର ରାତିରେ ବାଗଦାଦ୍‌ର ସହର ଭିତରେ ପ୍ରବେଶ କରି ଭିଡ଼ ଥିବା ବେଳେ ଏକ ବମ୍‌ ବ୍ଲାଷ୍ଟ କରିଛି।

ଇରାକର ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଏହି ବିସ୍ଫୋରଣ ସଦର ସହରର ଏକ ଜନଗହଳିପୂର୍ଣ୍ଣ ବଜାରରେ ଘଟିଛି। ଇଦ୍-ଉଲ୍-ଅଦାର ଦିନକ ପୂର୍ବରୁ ଯେତେବେଳେ ଲୋକେ ଶପିଂ କରିବାରେ ବ୍ୟସ୍ତ ଥିଲେ, ସେହି ସମୟରେ ଏହି ବିସ୍ଫୋରଣ ଘଟିଛି। ଇରାକର ସୁରକ୍ଷା ଅଧିକାରୀ କହିଛନ୍ତି, ଏହି ବିସ୍ଫୋରଣରେ ୩୫ ଲୋକଙ୍କ ମୃତ୍ୟୁ ହୋଇଛି।

ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୁସ୍ତଫା-ଅଲ୍ କଦିମି ମାର୍କେଟ୍ ଫେଡେରାଲ୍ ପୁଲିସ୍ ରେଜିମେଣ୍ଟର କମାଣ୍ଡରଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ତୃତୀୟ ଥର ପାଇଁ ମାର୍କେଟରେ ଏଭଳି ବିସ୍ଫୋରଣ ଘଟିଛି। ଏହାପୂର୍ବରୁ ଜୁନ୍ ମାସରେ ସଦର ସହରର ଏକ ବଜାରରେ କିଓସ୍କ ତଳେ ରଖାଯାଇଥିବା ବୋମା ବିସ୍ଫୋରଣରେ ୧୫ ଜଣ ଆହତ ହୋଇଥିଲେ। ସେହିପରି ଏପ୍ରିଲ ମାସରେ ସଦର ସହରରେ ଏକ କାର୍ ବିସ୍ଫୋରଣରେ ଅତି କମରେ ଚାରିଜଣ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.