Odisha Link
Bridging the Missing Links in Odisha

ପେଟ୍ରୋଲ ଲିଟର ୮୦ !

ଜଗତସିଂହପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର। ଏପରିକି ୧୦୦ ଉପରେ ପେଟ୍ରୋଲ ଲିଟର ଦାମ୍। ମହଙ୍ଗା ମାଡ଼ରେ ସମସ୍ତେ ହନ୍ତସନ୍ତ ହେଉଥିବା ବୋେଳେ ପେଟ୍ରୋଲ୍‌ ଲିଟର ପିଛା ୮୦ ଟଙ୍କାରେ ବିକ୍ରି ହେଉଛି। ଏକଥା ଅବିଶ୍ବାସ ଲାଗୁଥିଲେ ମଧ୍ୟ ଏକଦମ୍‌ ସତ।

କେନ୍ଦ୍ର ସରକାରଙ୍କ ତେଲ ମାରଣ ନୀତିକୁ ବିରୋଧ କରି ଜଗତସିଂହପୁର ଜିଲ୍ଲା କଂଗ୍ରେସ୍‌ ପକ୍ଷରୁ ଆଜି ଏପରି ଅଭିନବ ପ୍ରତିବାଦ କରାଯାଇଛି। ସାଧାରଣ ଲୋକଙ୍କୁ ପେଟ୍ରୋଲ୍‌ ଲିଟର ପିଛା ୮୦ ଟଙ୍କା ବିକ୍ରି କରାଯାଇଥିବା ଦେଖିବାକୁ ମିଳିଛି।

ଦେଶରେ ବିଭିନ୍ନ ସ୍ଥାନରେ ୧୦୦ ଉପରେ ପେଟ୍ରୋଲ ଦାମ। ଯାହାଫଳରେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। କେନ୍ଦ୍ର ସରକାରଙ୍କ ଏପରି ତେଲ ମାରଣ ନୀତିକୁ କଂଗ୍ରେସ ବିରୋଧ କରିଛି। ସେଥିପାଇଁ ସମଗ୍ର ରାଜ୍ୟରେ କଂଗ୍ରେସ କରୁଛି ପ୍ରତିବାଦ ସଭା। ଏସବୁ ମଧ୍ୟରେ ଆଜି ତିର୍ତ୍ତୋଲରେ କଂଗ୍ରେସ କରିଥିଲା ଅଭିନବ ପ୍ରତିବାଦ। ଏଥିରେ ଜିଲ୍ଲା କଂଗ୍ରେସର କର୍ମକର୍ତ୍ତାମାନେ ସାମାଲ ହୋଇ କେନ୍ଦ୍ର ସରକାରଙ୍କ ତେଲ ମାରଣ ନୀତି ବିରୋଧରେ ବର୍ଷିଥିଲେ। ପରେ ୮୦ ଟଙ୍କାରେ ପେଟ୍ରୋଲ୍‌ ବିକ୍ରି କରାଯାଇଥିଲା।

Leave A Reply

Your email address will not be published.