Odisha Link
Bridging the Missing Links in Odisha

ଗଜପତି ଦିବ୍ୟସିଂହ ଦେବଙ୍କ ଛେରାପହଁରାକୁ ପୂରିଲା ୫୦ ବର୍ଷ

ଭୁବନେଶ୍ୱର: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଆଜି ଜନ୍ମବେଦିରୁ କର୍ମବେଦିକୁ ବାହୁଡ଼ୁଛନ୍ତି ମହାବାହୁ। ତେବେ ରଥଟଣା ପୂର୍ବରୁ ସବୁଠାରୁ ଆକର୍ଷଣୀୟ ହେଉଛି ଗଜପତି ମହାରାଜଙ୍କ ଛେରା ପହଁରା। ଚଳିତ ବର୍ଷ ରଥଯାତ୍ରାରେ ରେକର୍ଡ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଚଳିତ ବର୍ଷକୁ ମିଶାଇ ଛେରାପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି।

୧୯୭୧ ମସିହାରୁ ଛେରାପହଁରା କରି ଆସୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ପିତାଙ୍କ ଦେହାନ୍ତ ପରଠାରୁ ଛେରାପହଁରା କରି ଆସୁଛନ୍ତି ଗଜପତି। କେବଳ ୧୯୭୬ରେ ଛେରାପହଁରା କରିପାରିନଥିଲେ। ଉଚ୍ଚଶିକ୍ଷା ପାଇଁ ଆମେରିକାରେ ଥିବାରୁ ଛେରାପହଁରା କରି ପାରିନଥିଲେ।

ଅପରପକ୍ଷରେ ଗତବର୍ଷ କରୋନା ଯୋଗୁଁ ଗଜପତି ମହାରାଜା ଛେରା ପହଁରା କରିପାରିନଥିଲେ। ୫୦ ବର୍ଷ ଧରି ମହାପ୍ରଭୂଙ୍କ ସେବା କରି ସେ ଏକ ରେକଡର଼୍ ସୃଷ୍ଟି କରିଛନ୍ତି।

Leave A Reply

Your email address will not be published.