Odisha Link
Bridging the Missing Links in Odisha

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା: ସାଇଣ୍ଟିଫିକ୍ ଟିମ୍‌କୁ ମିଳିଲା ବିଦ୍ୟାଭାରତୀଙ୍କ ହାତଲେଖା ଚିଠି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ୮ ଦିନ ପରେ ବି ମୃତ୍ୟୁର କାରଣ ପାଉନି ପୁଲିସ୍। ଅନ୍ୟପଟେ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଥରକୁ ଥର ଆସୁଛି ନୂଆ ଟ୍ବିଷ୍ଟ। ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ବୟାନ ଆସିବାରେ ଲାଗିଛି। ଏସବୁ ମଧ୍ୟରେ ତଦନ୍ତକାରୀ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଛି ଏକ ଗୁରୁତ୍ବପୂର୍ଣ୍ଣ ଚିଠି।

ଏହି ଚିଠି ବିଦ୍ୟାଭାରତୀ ଲେଖିଥିବା ଜଣାପଡିଛି। ପୃଥିବୀରେ ମୁଁ ତମକୁ ସବୁଠାରୁ ଅଧିକ ଘୃଣା କରେ। ହେ ପ୍ରଭୁ ସବୁ ଭୁଲକୁ କ୍ଷମା କର। ମୋ ଜୀବନକୁ ନଷ୍ଟ ହେବାକୁ ଦିଅନାହିଁ। କେମିତି ଆଉ ୩ ଦିନ କଟିବ ୧୨ ତାରିଖରୁ ୧୫ ତାରିଖ ପରେ ଶାନ୍ତିରେ ରହିବି ବୋଲି ଚିଠିରେ ଲେଖାହୋଇଛି।

ମୁଁ ଏହି ଲୋକକୁ ସବୁଠାରୁ ଅଧିକ ଘୃଣା କରେ। ମୋ ନାଁକୁ ଏହି ଲୋକ ସହ ଯୋଡିବାକୁ ମଧ୍ୟ ମୋତେ ଖରାପ ଲାଗୁଛି। ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜୀବନ ନଷ୍ଟ କରିଦିଏ। ପ୍ଲିଜ ମୋତେ କ୍ଷମା କରିଦିଅ। ଜୀବନସାରା ପାଇଁ କଷ୍ଟ ଦେଖିପାରିବିନି। ମୁଁ କାହାର କେବେ କ୍ଷତି କରିନି। କେବେ କାହାର କ୍ଷତି କେବେ ଚାହିଁନି ବୋଲି ଚିଠିରେ ଲେଖାହୋଇଛି। ଯାହାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୋମ୍ୟଙ୍କ ସହ ଝଗଡ଼ା ପରେ ନିଜର ମନର କୋହକୁ ସେ ଏଭଳି ଲେଖି ଦେଇଥିଲେ ବୋଲି ବିଦ୍ୟାଭାରତୀ କହିଛନ୍ତି।

Leave A Reply

Your email address will not be published.