Odisha Link
Bridging the Missing Links in Odisha

ଆଜି ପବିତ୍ର ଇଦ୍‌-ଉଲ୍‌-ଜୁହା

ଭୁବନେଶ୍ବର: ଆଜି ଇସଲାମ ଧର୍ମର ପବିତ୍ର ପର୍ବ ‘ଇଦ୍-ଉଲ୍-ଜୁହା’। ବଳିଦାନ ଓ ସ୍ୱାର୍ଥତ୍ୟାଗର ଅନନ୍ୟ ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’। ଅନ୍ତରର ସମସ୍ତ ଲୋଭ ଓ ସ୍ୱାର୍ଥକୁ ବଳି ଦେଇ ଈଶ୍ୱର ଭକ୍ତିରେ ଲୀନ ହୋଇଯିବାର ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’। ଆଲ୍ଲାଙ୍କର ପୈଗମ୍ବର ଇବ୍ରାହିମ୍‌ଙ୍କ ସମର୍ପଣ ଭାବକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ମୁସଲମାନମାନେ ଏହି ପର୍ବ ପାଳନ କରିଥାଆନ୍ତି।

ରମଜାନ ମାସ ଶେଷ ହେବାର ୭୦ ଦିନ ପରେ ଏହି ବକ୍ରୀଇଦ୍ ପାଳନ କରାଯାଏ। ଏହି ଦିନ ମୁସଲମାନ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥାନ୍ତି। ଏଥିପାଇଁ ସକାଳୁ ସକାଳୁ ମୁସଲମାନ ଭାଇମାନେ ନୂଆ ଲୁଗା ପିନ୍ଧି ମସ୍‌ଜିଦ୍‌ରେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍‌ର ଶୁଭେଚ୍ଛା ଜଣାଇଥାନ୍ତି।

ଓଡ଼ିଶା ସମେତ ଦେଶର ଏକାଧିକ ରାଜ୍ୟରେ ପବିତ୍ର ‘ଇଦ୍-ଉଲ୍-ଜୁହା’ପର୍ବ ପାଳନ ହେଉଛି। କିନ୍ତୁ କରୋନା କଟକଣା ଓ ଲକଡାଉନ ଯୋଗୁଁ ପର୍ବର ମାହୋଲ ପୁରା ଫିକା ପଡିଛି। କଟକଣା ଯୋଗୁଁ ସାଧାରଣ ଶ୍ରଦ୍ଧାଳୁଙ୍କୁ ମସଜିଦ ପ୍ରବେଶ ବାରଣ ରହିଛି। ମସଜିଦରେ ସମୂହ ନମାଜପାଠ ବାରଣ ହୋଇଥିବା ବେଳେ ଲୋକମାନେ ନିଜ ଘରେ ଇଦ୍ ପାଳନ କରୁଛନ୍ତି।

ଇଦ୍‌ ପାଇଁ ଘରେ ଘରେ ଜୋରଦାର ପ୍ରସ୍ତୁତି ଚାଲିଛି। ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ। ଲାଛା, ସର୍ବତ, ବିରିୟାନୀ ଓ ହାଲୱାରେ ମହକୁଛି ପରିବେଶ।

Leave A Reply

Your email address will not be published.