Odisha Link
Bridging the Missing Links in Odisha

ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲା: ବଡ଼ ସୂଚନା ଦେଲେ ଡିସିପି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାରେ ଅଭିଯୁକ୍ତ ଜଗନ୍ନାଥ ସଂପର୍କରେ ବଡ଼ ସୂଚନା ଦେଲେ ଡିସିପି। ୪ ଦିନ ପୂର୍ବରୁ ସୁଇସାଇଡ୍ ନୋଟ୍ ପ୍ରସ୍ତୁତ କରିଥିଲା ଜଗନ୍ନାଥ। ଘଟଣା ଦିନ ଚକୋଲେଟ, ଥଣ୍ଡା, ଛୁରି, ବିଷ, ସିନ୍ଦୂର ଧରି ଆସିଥିଲା।

ଜଗନ୍ନାଥ ପ୍ରିୟଙ୍କାଙ୍କ ଘରେ ପହଞ୍ଚିବା ବେଳକୁ ଘରେ କୁନି ପୁଅ ଥିଲା। ପ୍ରିୟଙ୍କା ଏବଂ ତାଙ୍କ କୁନି ପୁଅ ସହ ସେଲଫି ଉଠାଇଥିଲା ଜଗନ୍ନାଥ। ଏତିକି ବେଳେ ଉପରେ ରହୁଥିବା ଘର ମାଲିକ ଦହିବରା ଆଣି ଆସିଥିଲେ। ଘର ମାଲିକ ଆସିଯିବାରୁ ବାଥରୁମ୍ ଭିତରେ ଲୁଚି ଯାଇଥିଲା ଜଗନ୍ନାଥ। ଘର ମାଲିକ ପ୍ରିୟଙ୍କାଙ୍କୁ ଦହିବରା ଦେଇ କୁନି ପୁଅକୁ ନେଇ ଯାଇଥିଲେ। ପ୍ରିୟଙ୍କାଙ୍କୁ ଫେରାର ହେବା ପାଇଁ ଜଗନ୍ନାଥ କହିଥିଲା। ପ୍ରିୟଙ୍କା ଏଥିରେ ରାଜି ହୋଇନଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ପ୍ରିୟଙ୍କାଙ୍କୁ ଯୋଜନା ଅନୁସାରେ ହତ୍ୟା କରିଥିଲା ଜଗନ୍ନାଥ।

ଗତ ୫ ତାରିଖରେ ପ୍ରିୟଙ୍କାଙ୍କୁ ଜଗନ୍ନାଥ ନିର୍ମମ ଭାବେ ହତ୍ୟା କରିଥିଲେ। ଏହା ପରେ ସେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘଟଣା ପରେ ମେଡିକାଲରେ ରହି ଚିକିତ୍ସିତ ହେଉଥିଲେ ଜଗନ୍ନାଥ। ଏମ୍ସରୁ ଡିସଚାର୍ଜ ପରେ ଏୟାରଫିଲ୍ଡ ଥାନାରେ ଜଗନ୍ନାଥ ପ୍ରଧାନକୁ ଜେରା କରୁଛି ପୁଲିସ। ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ପୁଲିସ ଏବେ ବି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.