Odisha Link
Bridging the Missing Links in Odisha

ପୋର୍ଣ୍ଣୋଗ୍ରାଫି ମାମଲା: ଶିଳ୍ପାଙ୍କ ସମ୍ପୃକ୍ତି ନେଇ ପୁଲିସ୍‌ କହିଲା…

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ତଥା ଜଣାଶୁଣା ବିଜନେସମ୍ୟାନ୍‌ ରାଜ୍‌କୁନ୍ଦ୍ରାଙ୍କ ନାମ ପୋର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହୋଇଛନ୍ତି। ୨୩ ଜୁଲାଇ ପର୍ଯ୍ୟନ୍ତ ତାଙ୍କୁ ପୋଲିସ୍‌ ହେପାଜତରେ ନିଆଯାଇଛି। ଏହି ମାମଲା ପ୍ରଥମେ ଫେବୃୟାରୀ ୨୦୨୧ରେ ସାମ୍ନାକୁ ଆସିଥିଲା। କିଛି ମାସର ବ୍ୟବଧାନ ଏବଂ ପ୍ରମାଣ ଏକାଠି କରିବା ପରେ ରାଜ୍‌କୁନ୍ଦ୍ରାଙ୍କୁ ପୋଲିସ୍‌ ଗିରଫ କରିଛି।

ମଙ୍ଗଳବାର ଏହି ମାମଲାରେ ରାଜ୍‌କୁନ୍ଦ୍ରାଙ୍କୁ ମୁମ୍ବାଇର ସେସନ କୋର୍ଟରେ ହାଜର କରାଯାଇଥିଲା। ସେଠାରେ କୋର୍ଟ କ୍ରାଇମ ବ୍ରାଞ୍ଚ୍‌ର ଦାବିକୁ ସ୍ୱୀକାର କରି ରାଜ୍‌କୁନ୍ଦ୍ରାଙ୍କୁ ପୋଲିସ୍‌ହେପାଜତକୁ ପଠାଇଛନ୍ତି। ତାଙ୍କୁ ମୁମ୍ବାଇର ଭାୟଖାଲ ଜେଲକୁ ସ୍ଥାନାନ୍ତର କରାଯାଇଛି। ଏହି ମାମଲା ସାମ୍ନାକୁ ଆସିବା ପରେ ଏଥିରେ ଶିଲ୍ପା ସେଟ୍ଟୀ ସାମିଲ ଅଛନ୍ତି କି ବୋଲି ବାରମ୍ବାର ଏହାର ଆଲୋଚନା ହେଉଛି? ପୋଲିସ ସମସ୍ତ ଉପରୁ ପରଦା ଉଠାଇଛି।

୨୦୨୧ ଫେବୃୟାରୀରୁ ଜୁଲାଇ ମଧ୍ୟରେ ତନତନ କରି ତଦନ୍ତ କରି ପୋଲିସ ପ୍ରମାଣ ଏକାଠି କରୁଥିଲା। ମୁମ୍ବାଇ ପୋଲିସର ଜଏଣ୍ଟ କମଶନର ମିଲିନ୍ଦ ଭରାବେ ପ୍ରେସ୍‌କନଫରେନ୍ସ କରି ପୂରା ମାମଲାର ସୂଚନା ମିଡିଆକୁ ଦେଇଛନ୍ତି। ଜଏଣ୍ଟ ସିପିଙ୍କ କହିବା ହେଉଛି, ଏହି ମାମଲାରେ ଶିଳ୍ପା ସମ୍ପୃକ୍ତ ଥିବା ନେଇ କୌଣସି ମଧ୍ୟ ପ୍ରମାଣ ମିଳିନାହିଁ। ଏହାର ତଦନ୍ତ ଜାରି ରହିଛି। ଅନ୍ୟପଟେ ପୀଡ଼ିତା ସାମ୍ନାକୁ ଆସି କ୍ରାଇମ ବ୍ରାଞ୍ଚକୁ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

ଏହି ମାମଲାରେ ଉମେଶ କାମତ ଭଳି ନିର୍ମାତାଙ୍କୁ ଗିରଫ କରାଯାଇଛି । ତେବେ ରେଡ୍‌ସମୟରେ ମିଳିଥିବା ପ୍ରମାଣକୁ ଆଧାର କରି ରାଜ୍‌ଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଜଏଣ୍ଟ ସିପି।

Leave A Reply

Your email address will not be published.