Odisha Link
Bridging the Missing Links in Odisha

ଚାନ୍ଦିପୁରରୁ ଆକାଶ ଏନ୍‌ଜି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚାନ୍ଦିପୁର: ବାଲେଶ୍ବରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆକାଶ ମିସାଇଲର ନ୍ୟୁ ଜେନେରେସନ୍‌ ଭର୍ସନ୍‌ (ଆକାଶ ଏନ୍‌ଜି) ପରୀକ୍ଷଣ। ମଧ୍ୟାହ୍ନ ୧୨ଟା ୪୪ ମିନିଟ୍‌ରେ ଏହି ମିସାଇଲ ଉତ୍‌କ୍ଷେପଣ କରାଯାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ଡ଼ିଆରଡ଼ିଓ ଦ୍ବାରା ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ମିସାଇଲ ଆକାଶ ଏନ୍‌ଜିର ଲକ୍ଷ୍ୟଭେଦ କ୍ଷ୍ୟମତା ରହିଛି ୭୦ କିଲୋମିଟର।

ପରୀକ୍ଷା ସମୟରେ ରାଡ଼ାର ମାଧ୍ୟମରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି। ଏଥିରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇ ପାରି । ଏହି ଆକାଶ ଏନ୍‌ଜି କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ଗତ ଜାନୁଆରି ମାସ ୨୫ ତାରିଖରେ କରାଯାଇଥିବାବେଳେ, ଦ୍ବିତୀୟ ଥର ଗତ ମାର୍ଚ୍ଚ ମାସ ୨୩ତାରିଖରେ ଏବଂ ଆଜି ତୃତୀୟ ଥର ପାଇଁ ପରୀକ୍ଷା କରାଯାଇଛି।

ପ୍ରତ୍ୟକ ପରୀକ୍ଷାରେ ଟାର୍ଗେଟ୍‌ ଭାବେ ଇଲେକ୍ଟ୍ରୋନିକ୍‌ ଟାର୍ଗେଟ୍‌କୁ ବ୍ୟବହାର କରାଯାଇଛି। ୨୦୨୩ ମସିହା ସୁଦ୍ଧା ଏହାକୁ ସେନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷକରି ଶତ୍ରୁ ପକ୍ଷ୍ୟର କ୍ଷେପଣାସ୍ତ୍ରକୁ ଏହା ଚିହ୍ନଟକରି ତୁରନ୍ତ ଧ୍ବଂସ କରିବାର କ୍ଷମତା ରଖିଛି। ପୁର୍ବରୁ ଆକାଶ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୩୦କିଲୋମିଟର ରହିଥିଲା।

Leave A Reply

Your email address will not be published.