Odisha Link
Bridging the Missing Links in Odisha

ଭାରତକୁ ଆସିଲା ଆଉ ୩ ଟି ରାଫେଲ

ନୂଆଦିଲ୍ଲୀ: ଭାରତକୁ ଆସିଲା ଆଉ ୩ ଟି ରାଫେଲ। ବୁଧବାର ରାତି ୩ଟାରେ ଭାରତରେ ପହଞ୍ଚିଛି ୩ଟି ରାଫେଲ ଯୁଦ୍ଧ ବିମାନ। ଏହାକୁ ମିଶାଇ ଭାରତରେ ୨୪ ଟି ରାଫେଲ ବିମାନ ରହିଛି। ଏବେ ଆସିଥିବା ୩ଟି ରାଫେଲ ବିମାନକୁ ପଶ୍ଚିମବଙ୍ଗର ହାସୀମାରା ଏୟାରବେସଠାରେ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି।

ଗତକାଲି ରାତିରେ ଆସିଥିବା ୩ଟି ରାଫେଲ ବିମାନ କୌଣସି ସ୍ଥାନରେ ନଅଟକି ସିଧାସଳଖ ୮ ହଜାର କିଲୋମିଟର ଯାତ୍ରା କରିଥିବା ଜଣାପଡ଼ିଛି। ଏହି ବିମାନଗୁଡିକରେ ୟୁଏଇର ଏୟାରବେସର ୩୩୦ ମଲ୍ଟି-ରୋଲ ଟ୍ରାନ୍ସପୋର୍ଟ ବିମାନ ସହାୟତାରେ ଉଡନ୍ତା ଅବସ୍ଥାରେ ଇନ୍ଧନ ଭରାଯାଇଥିଲା। ଏବେ ଆସିଥିବା ୩ଟି ବିମାନ ପଶ୍ଚିମବଙ୍ଗର ହାସୀମାରା ଏୟାରବେସରେ ନିୟୋଜିତ କରାଯିବ।

ଉଲ୍ଲେଖଯୋଗ୍ୟ, ଭାରତ ସରକାର ୨୦୧୬ ରେ ଫ୍ରାନ୍ସଠାରୁ ୫୯ ହଜାର କୋଟି ଟଙ୍କାର ୩୬ ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରିଥିଲା। ଏବେ ଫ୍ରାନ୍ସର ଯୁଦ୍ଧ ବିମାନ ନିର୍ମାତା କମ୍ପାନି ଡାସଲ୍ଡ ଭାରତକୁ ୨୪ଟି ବିମାନ ଯୋଗାଇ ଦେଇଥିବା ବେଳେ ୨୦୨୨ ଶେଷ ସୁଦ୍ଧା ବାକି ବିମାନଗୁଡିକ ଯୋଗାଇ ଦେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.