Odisha Link
Bridging the Missing Links in Odisha

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା: କ୍ୱାର୍ଟର୍ସରେ ପୋଡ଼ା ଦାଗ ଥିବା ସୂଚନା ଦେଲେ ଡିଏସପି

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ସପ୍ତାହେରୁ ଅଧିକ ସମୟ ବିତିଯାଇଛି। ହେଲେ ବର୍ତ୍ତମାନ ମୃତ୍ୟୁ ଉପରୁ ପରଦା ହଟିପାରୁନି। ଘଟଣାରେ ପୁଲିସ ତଦନ୍ତ କୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସହଯୋଗ କରୁଛି। ଆଜି ପୁଲିସ ଓ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ସରକାରୀ ବାସଭବନ ଯାଞ୍ଚ କରୁଥିବାବେଳ ଘର ଭିତରେ ପୋଡ଼ା ଦାଗ ରହିଥିବା ଜଣାଯାଇଛି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି।

ଅନ୍ୟପକ୍ଷରେ ଆଉ କିଛି ସମୟ ପରେ ଡିଏଫଓ ସଂଗ୍ରାମ ବେହେରାଙ୍କୁ ପଚରାଉଚରା କରାଯିବ। ପଚରାଉଚରା କରାଯିବା ନେଇ ପାରଳାଖେମୁଣ୍ଡି ପୁଲିସ ପକ୍ଷରୁ ସୂଚନା ମିଳିଛି। ଡିଏଫଓଙ୍କ ନାଁରେ ଏତଲାରେ ଥିବାରୁ ପୁଲିସ ପଚରାଉଚରା କରିବ। ବର୍ତ୍ତମାନ ସୌମ୍ୟଙ୍କ ସରକାରୀ ବାସଭବନରେ ଯାଞ୍ଚ ଚାଲିଛି। ପୁଲିସ ଓ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ସରକାରୀ ବାସଭବନ ଯାଞ୍ଚ କରୁଛି। ଘରର ବିଭିନ୍ନ ସ୍ଥାନରୁ କ୍ରାଇମବ୍ରାଞ୍ଚ ସୁରାକ ଖୋଜୁଛି। ଏଥିସହ ଘରର ଭିଡିଓଗ୍ରାଫି ମଧ୍ୟ କରାଯାଉଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଏଯାଏ ଗଜପତି ବନଖଣ୍ଡ ଅଧିକାରୀ (ଡିଏଫଓ)ଙ୍କୁ ତଦନ୍ତ ପରିସରକୁ ଅଣାଯାଇନଥିବାରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୌମ୍ୟରଞ୍ଜନଙ୍କ ପରିବାର ବର୍ଗଙ୍କ ଏତଲା କ୍ରମେ ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ ଓ ପତ୍ନୀ ବିଦ୍ୟା ଭାରତୀଙ୍କ ନାମରେ ହତ୍ୟା (ଆଇପିସିର ଦଫା ୩୦୨) ଓ ଅପରାଧିକ ଷଡଯନ୍ତ୍ର (ଦଫା ୧୨୦ (ବି) ମାମଲା ରୁଜୁ ହୋଇଥିଲା। ରୋଷେୟା ଓ ବିଦ୍ୟାଭାରତୀୟଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଜେରା ସରିଛି।

Leave A Reply

Your email address will not be published.