Odisha Link
Bridging the Missing Links in Odisha

ପତ୍ନୀ ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ୍

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ସପ୍ତାହେରୁ ଅଧିକ ସମୟ ବିତିଯାଇଛି। ହେଲେ ବର୍ତ୍ତମାନ ମୃତ୍ୟୁ ଉପରୁ ପରଦା ହଟିପାରୁନି। ଘଟଣାରେ ପୁଲିସ ତଦନ୍ତ କରୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସହଯୋଗ କରୁଛି। ଆଜି ପୁଲିସ ଓ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ସରକାରୀ ବାସଭବନ ଯାଞ୍ଚ କରିଛି। ଏହା ଭିତରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବଲାଙ୍ଗିର ଲିଙ୍କ ସାମନାକୁ ଆସିଛି ।

ବିଦ୍ୟାଭାରତୀ ବଲାଙ୍ଗିରରେ ପ୍ରାଣୀଧନ ନିରୀକ୍ଷକ ଟ୍ରେନିଂ ନେଉଥିଲେ। ଏନେଇ ଟ୍ରେନିଂ ଇନଷ୍ଟିଚୁ୍ୟଟ ମୁଖ୍ୟ ହେମନ୍ତ ପ୍ରଧାନ କହିଛନ୍ତି ଯେ, ୨୦୧୯ରେ ପ୍ରାଣୀଧନ ନିରୀକ୍ଷକ ଇନଷ୍ଟିଚୁ୍ୟଟରେ ଟ୍ରେନିଂ ନେଉଥିଲେ। ଚଳିତ ଏପ୍ରିଲ ୩ରୁ ୧୩ ଯାଏ ସେଠାକୁ ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ପରେ ଇନଷ୍ଟିଚୁ୍ୟଟ ମୁଖ୍ୟଙ୍କ ଅନୁମତିରେ ଲଞ୍ଚ ସ୍ପୋନସର୍‌ କରିଥିଲେ।  ବାହାଘର ହୋଇଥିବାରୁ ସାଙ୍ଗମାନଙ୍କୁ ଲଞ୍ଚ ଦେବାକୁ ଚାହିଁଥିଲେ।

ଏପ୍ରିଲ ୧୧ରେ ଲଞ୍ଚରେ ମଟନ ଓ ଚିକେନ ଦେଇଥିଲେ ବିଦ୍ୟା। ଲଞ୍ଚ ବାବଦକୁ ତାଙ୍କର ୧୨/୧୩ ହଜାର ଖର୍ଚ୍ଚ ହୋଇଥିବା କହିଥିଲେ।  ପରୀକ୍ଷା ପରେ ଏପ୍ରିଲ ୧୩ରେ ବିଦ୍ୟା ବାପା ଓ ମା’ଙ୍କ ସହ ପଳାଇଥିଲେ। ଏବେ ବି ବିଦ୍ୟାଭାରତୀ ଇନଷ୍ଟିଚୁ୍ୟଟର ଛାତ୍ରୀ ରହିଛନ୍ତି ବୋଲି  ଟ୍ରେନିଂ ଇନଷ୍ଟିଚୁ୍ୟଟ ମୁଖ୍ୟ ହେମନ୍ତ ପ୍ରଧାନ କହିଛନ୍ତି।

ତେବେ ବଲାଙ୍ଗିରରେ ବିଦ୍ୟାଭାରତୀଙ୍କ ବ୍ୟାଚେଲର ପାର୍ଟି ଅଭିଯୋଗ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବ୍ୟାଚେଲର ପାର୍ଟି କ’ଣ ମୁଁ ପ୍ରଥମେ ଶୁଣୁଛି। ବାହାଘର ସରିଥିବାରୁ ସାଥୀଙ୍କୁ ହଷ୍ଟେଲରେ ଭୋଜି ଦେବାକୁ ଚାହିଁଥିଲେ। ହଷ୍ଟେଲରେ ଭୋଜି ମନା। କେବଳ ଖର୍ଚ୍ଚ ସ୍ପୋନସରିଂ ପାଇଁ କହିଥିଲି। ୨୦୨୧ ଏପ୍ରିଲ ୧୧ରେ ହଷ୍ଟେଲରେ ଲଞ୍ଚ ସ୍ପୋନସରିଂ କରିଥିଲେ ବିଦ୍ୟା। ଲଞ୍ଚରେ ସାଥୀ ସହପାଠୀଙ୍କୁ ସେ ମଟନ ଓ ଚିକେନ ଦେଇଥିଲେ।

Leave A Reply

Your email address will not be published.