Odisha Link
Bridging the Missing Links in Odisha

ସେଲ୍‌ଫି ନେବା ହେଲା କାଳ, ଭାସିଗଲେ ଯୁବକ

ଆନନ୍ଦପୁର: ସେଲ୍ଫି ନେବା ହେଲା କାଳ, ବୈତରଣୀ ନଦୀର ଚୋରା ବାଲିରେ ଭାସି ଜଣେ ଯୁବକ ନିଖୋଜ। ସୁନାଖମ୍ବକୁ ବୁଲିବାକୁ ଆସି ସେଲଫି ନେବା ବେଳେ ନଦୀରେ ଖସି ଯାଇ ଜଣେ ଯୁବକ ନିଖୋଜ ଥିବା ବେଳେ ଜଣେ ଯୁବକ ଉଦ୍ଧାର ହୋଇଥିବା ସୂଚନା ମିଳିଛି।

ଗତକାଲି ଉପରବେଳା ବର୍ଷା ହେବାରୁ ବୈତରଣୀ ନଦୀରେ ପାଣି ସ୍ରୋତ ବଢି ଥିଲା। ତେଣୁ ଦମକଳବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ମଧ୍ୟ ରାତି ୯ ଟା ଯାଏଁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ଆଜିବି ଠାକୁରମୁଣ୍ଡା ଓ ପାଟଣା ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନା ମୁତାବକ. କରଞ୍ଜିଆର ଅଙ୍କିତ ପେରିୱାଲଙ୍କ ପରିବାର ଲୋକଙ୍କ ସହ ସମ୍ପର୍କୀୟ ଶ୍ରୀରାମ ହୁଣ୍ଡରା ଆନନ୍ଦପୁର ମନୋହାରପୁରର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ସାନଖମ୍ବ ବୁଲିବାକୁ ଆସିଥିଲେ। ସେଲ୍ଫି ଉଠାଉଥିବା ବେଳେ ସମ୍ପର୍କୀୟ ସହ ପାଣିରେ ଖସି ପଡ଼ିଥିଲେ। ସାଙ୍ଗମାନେ ଜଣକୁ ଉଦ୍ଧାର କରିପାରିଥିବା ବେଳେ ଶ୍ରୀରାମ ଭାସି ଯାଇଥିଲା। ଶ୍ରୀରାମଙ୍କ ବୟସ ୨୦ ବର୍ଷ ହେବ ବୋଲି କୁହାଯାଉଛି। ଶ୍ରୀରାମ ଝାରଖଣ୍ଡ ଚାଇଁବସା ଅଞ୍ଚଳରୁ ସମ୍ପର୍କୀୟ ଘର କରଞ୍ଜିଆକୁ ଆସି ସୁନାଖମ୍ବ ବୁଲିବାକୁ ଆସିଥିଲେ।

Leave A Reply

Your email address will not be published.