Odisha Link
Bridging the Missing Links in Odisha

କୁଆଖାଇ ନଦୀପଠାରୁ ଅଜଣା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ନଦୀପଠାରୁ ଅଜଣା ମୃତଦେହ ଉଦ୍ଧାର। ମୃତଦେହ ଜଣେ ପୁରୁଷଙ୍କ ହୋଇଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାଲି ଭିତରୁ ମୃତଦେହକୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ। ପୋଷ୍ଟମର୍ଟମ ପାଇଁ ମରଶରୀରକୁ ଏମ୍ସ ପଠାଯିବ ବୋଲି ଡିସିପି କହିଛନ୍ତି।

ପ୍ରାୟ ୫ ଫୁଟ ମାଟି ଖୋଳି ମୃତଦେହକୁ ପୋତାଯାଇଥିବା ପୋଲିସ ଅନୁମାନ କରୁଛି। ଅନ୍ୟ ପକ୍ଷରେ ଜୋନ୍ ଏସିପି, ଆଇଆଇସି, ସାଇଣ୍ଟିଫିକ୍ ଟିମ୍, ସ୍ପେଶାଲ ସ୍କ୍ୱାଡ୍ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି। କାଲି ରାତି ସାରା ନଦୀ ପଠାରେ ପୋଲିସ ମୃତଦେହକୁ ଜଗି ରହିଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କରାଯିବ। ସୂଚନା ଅନୁସାରେ ଗତକାଲି ବରିମୁଣ୍ଡ ପଞ୍ଚାୟତ ବାଲିଯାତ୍ରା ପଡ଼ିଆଠାରେ ଏକ ଗଳିତ ମୃତଦେହ ପୋତି ହୋଇ ରହିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ମଞ୍ଚେଶ୍ୱର ଥାନାକୁ ଖବର ଦେଇଥିଲେ।

ସ୍ଥାନୀୟ ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରୁଛନ୍ତି। ୩ରୁ ୪ ଦିନ ତଳେ ହତ୍ୟା କରାଯାଇ ଶବକୁ ପୋତାଯାଇଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛିଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେମାନେ ଏଭଳି କାଣ୍ଡ ଘଟାଇଥାଇପାରନ୍ତି ବୋଲି ସନ୍ଦେହ କରାଯ଼ାଉଛି।

Leave A Reply

Your email address will not be published.