Odisha Link
Bridging the Missing Links in Odisha

ଡ଼ିଏଫଓଙ୍କୁ ମିଳିତ ଭାବେ ପଚରାଉଚୁରା କରିବ ପୁଲିସ ଓ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାରେ ମାମଲାକୁ  ସପ୍ତାହେରୁ ଅଧିକ ସମୟ ବିତିଯାଇଛି। ହେଲେ ବର୍ତ୍ତମାନ ମୃତ୍ୟୁ ଉପରୁ ପରଦା ହଟିପାରୁନି। ଘଟଣାରେ ପୁଲିସ ତଦନ୍ତ କୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସହଯୋଗ କରୁଛି। ଆଜି କ୍ରାଇମ ସିନ୍ ବୁଲି ଦେଖିବ କ୍ରାଇମବ୍ରାଞ୍ଚ। ଡ଼ିଏଫଓଙ୍କୁ ମିଳିତ ଭାବେ ପଚରାଉଚୁରା କରିବ ପୁଲିସ ଓ କ୍ରାଇମବ୍ରାଞ୍ଚ।

ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ସରକାରୀ କ୍ୱାର୍ଟରକୁ ମଧ୍ୟ ଯିବ କ୍ରାଇମବ୍ରାଞ୍ଚ ଟିମ୍। ଯେଉଁ ସ୍ଥାନରେ ପୋଡିହୋଇ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା, ସେହିଠାରେ ପୁଲିସ ଉପସ୍ଥିତିରେ କ୍ରାଇମ ସିନ କରାଯିବ। ଏହା ଛଡା ଡିଏଫଓ ଏବଂ ଗୁରାଣ୍ଡି ଥାନାର ମହିଳା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରାଯିବ।

ଉଭୟ ଡିଏଫଓ ଏବଂ ମମତା ପଣ୍ଡାଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାର ସନ୍ଦେହ ପ୍ରକାଶ କରିଥିବାରୁ ପୁଲିସ ଓ କ୍ରାଇମବ୍ରାଂଚ ମିଳିତ ଭାବେ ପଚରାଉଚୁରା କରିବେ ବୋଲି ଜଣାପଡିଛି ।

ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ ଆଧାରରେ, ଡିଏଫଓଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ। ସେହିପରି ଘଟଣାଦିନ ଗୁରୁତର ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଅଟକାଇବାରେ ମମତା ପଣ୍ଡାଙ୍କ ଭୂମିକା ରହିଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ବାପା। ତେଣୁ ମମତା ପଣ୍ଡାଙ୍କୁ ମଧ୍ୟ ପଚରାଉଚୁରା କରାଯିବ।

Leave A Reply

Your email address will not be published.