Odisha Link
Bridging the Missing Links in Odisha

ସ୍କୁଲ ଖୋଲିବାରେ ବାଧକ ହେବନି ଟିକାକରଣ

ଭୁବନେଶ୍ୱର: ଟିକା ନେଇଥିବା ଶିକ୍ଷକ ଓ କର୍ମଚାରୀ ସ୍କୁଲ ଆସିବା ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଖୋଲିବାରେ ବାଧକ ହେବନି ଟିକାକରଣ। ସେ କହିଛନ୍ତି ଯେ, ପ୍ରାୟ ସବୁ ଶିକ୍ଷକ ଓ କର୍ମଚାରୀ ଟିକା ନେଇସାରିଛନ୍ତି। ଯେଉଁମାନେ ନେଇନାହାନ୍ତି, ସେମାନଙ୍କୁ ଅଗ୍ରାଧିକାର ଦେବାକୁ କହିବୁ। ଆମେ ଏସଓପିରେ ସବୁ ଉଲ୍ଲେଖ କରିଛୁ। ଅଭିଭାବକଙ୍କ ସହମତି ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ। ଅଗଷ୍ଟରେ ନବମ ଶ୍ରେଣୀ ପିଲାଙ୍କର ପାଠପଢ଼ା ପାଇଁ ବ୍ୟବସ୍ଥା କରାଯିବ। ଜୁଲାଇ ୨୬ରେ ସ୍କୁଲ ଖୋଲିବା ପାଇଁ ଘୋଷଣା ହୋଇଥିବାବେଳେ କୋଭିଡ଼ ଗାଇଡ଼ଲାଇନ ପାଳନ କରାଯିବ।

ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ। ସେହିପରି ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ପାଇଁ ଯୋଜନା କରାଯିବ।

Leave A Reply

Your email address will not be published.