Odisha Link
Bridging the Missing Links in Odisha

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା: ଡ୍ରାଇଭର କହିଲା-ଆମ୍ବୁଲାନ୍ସ ଅଟକାଇବାକୁ ମ୍ୟାଡାମ କହିଥିଲେ

ପାରଳାଖେମୁଣ୍ଡି: ଦିନକୁ ଦିନ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆସୁଛି ନୂଆ ଟ୍ବିଷ୍ଟ। ଦିନ ଯେତେ ଗଡ଼ୁଛି ସେତେ ରହସ୍ୟ ଘେରକୁ ଟାଣି ହେବାରେ ଲାଗିଛି। ଅଧିକ ଜେରା ପାଇଁ ଆମ୍ବୁଲାନ୍ସ ଡ୍ରାଇଭରକୁ ଆଣି ଜେରା କରିଛି ପୁଲିସ। ବିଳମ୍ବିତ ରାତିରେ ପୁଲିସ ଷ୍ଟେସନକୁ ଆଣି ପଚରାଉଚରା କରିଛି। ଜେରା ହେବା ପରେ ଡ୍ରାଇଭର ଦୟାନିଧି ସାଗର ଗଣମାଧ୍ୟମକୁ କହିଛନ୍ତି ଯେ, “ଘଟଣା ଦିନ ମେଡିକାଲରୁ ବାହାରୁ ବାହାରୁ ରାତି ସାଢ଼େ ୧୧ରୁ ୧୨ଟା ହୋଇଥିଲା। ଉକ୍ତ ସମୟରେ ଗାଡ଼ିରେ ଜଣେ ପାଇଲଟ ଡ୍ରାଇଭର, ଫାର୍ମାସିଷ୍ଟ ଓ ପେସେଣ୍ଟ ଥିଲେ। ପେସେଣ୍ଟ ସହ କହି ନ ଥିବାରୁ ଫରେଷ୍ଟ ଗେଟ୍ ପାଖରେ ଅଟକିବାକୁ ଜଣେ ପୁଲିସ୍‌ ଡ୍ରେସ୍‌ ପିନ୍ଧିଥିବା ମହିଳା ଅଫିସର କହିଥିଲେ। ତେଣୁ ସେଠାରେ ଗାଡ଼ି ୧୦ରୁ ୧୫ ମିନିଟ ଅଟକି ଥିଲା।”

ସେ ଆହୁରି କହିଛନ୍ତି ଯେ, ବ୍ୟାଗ ଧରି ପେସେଣ୍ଟଙ୍କ ପତ୍ନୀ ଆସିବା ପରେ ଆମ୍ବୁଲାନ୍ସ ଫରେଷ୍ଟ ଗେଗ୍‌ ଛକରୁ ବାହାରିଥିଲା। ଆମ୍ବୁଲାନ୍ସ ପଛରେ ଗୋଟିଏ ବୋଲେରୋ ବି ଚାଲିଥିଲା।ଗୋପାଳପୁର ଛକରେ ୨ ମିନିଟ ପାଇଁ ରହି ଏସିବି ଯିବା ନା ବ୍ରହ୍ମପୁର ଯିବା ବୋଲି ପେସେଣ୍ଟଙ୍କ ପତ୍ନୀଙ୍କୁ ପଚାରିଥିଲି। ହେଲେ ସିଧା କଟକ ଯିବା ବୋଲି ସେ କହିବାରୁ ଆମେ କଟକ ଅଭିମୁଖେ ଯାଇଥିଲୁ। ଏହାପରେ ସକାଳ ପ୍ରାୟ ସାଢେ ୬ଟାରୁ ସାଢେ ୭ଟା ମଧ୍ୟରେ ଆମ୍ବୁଲାନ୍ସ ଏସସିବିରେ ପହଞ୍ଚିଥିଲା।” ବୋଲି ସେ କହିଛନ୍ତି।

ସୌମ୍ୟଙ୍କ ମୃତ୍ୟୁ ଘଟଣାକୁ ୧୧ ଦିନ ପୂରିବାକୁ ବସିଥିବା ବେଳେ ଆଜି ଯାଏ ମୁଖ୍ୟ ଅଭିଯୁକ୍ତକୁ ଧରିପାରିନି ପୁଲିସ୍‌। ଏହି ଘଟଣାରେ ଡିଏଫଓଙ୍କ ସମ୍ପୃକ୍ତି ନେଇ ସୌମ୍ୟଙ୍କ ପରିବାର ଲୋକ ପ୍ରଥମରୁ ଅଭିଯୋଗ କରି ଆସୁଥିବା ବେଳେ ଆଜି ତାଙ୍କୁ ଜେରା କରାଯିବାର ସମ୍ଭାବନା ରହିଛି।

Leave A Reply

Your email address will not be published.