Odisha Link
Bridging the Missing Links in Odisha

+୩ ପାଠ୍ୟକ୍ରମରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା

ଭୁବନେଶ୍ବର: ଏଣିକି ଯୁକ୍ତ ୩ରେ ପଢାଯିବ ବିପର୍ଯ୍ୟୟ ପରିଚାଳନା। ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। +୩ ପ୍ରଥମ ବର୍ଷ ଅଧ୍ୟୟନରେ ବାଧ୍ୟତାମୂଳକ ରହିବ ବିପର୍ଯ୍ୟୟ ପରିଚାଳନା କୋର୍ସ। କଳା, ବାଣିଜ୍ୟ ଏବଂ ବିଜ୍ଞାନ ୩ଟି ଯାକ ଫର୍ମାଟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ବିଷୟ ବାଧ୍ୟତାମୂଳକ ରହିବ। ଏହି ବିଷୟ ମୋଟ ୧୦୦ ମାର୍କର ରହିବ। ଏ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।

ଓଡିଶା ହେଉଛି ଏକ ଉପକୂଳବର୍ତ୍ତୀ ରାଜ୍ୟ। ପ୍ରାୟତଃ ପ୍ରତି ବର୍ଷ ବାତ୍ୟା, ବନ୍ୟା ମରୁଡି ଭଳି ପ୍ରାକୃତିକ ଦୁର୍ବିପାକ ଆସିଥାଏ। ଏହାକୁ ମୁକାବିଲା କରିବା ପ୍ରଶାସନ ପାଇଁ ବେଶ ଚ୍ୟାଲେଞ୍ଜିଂ ହୋଇଥାଏ। ତେଣୁ ଛାତ୍ରଛାତ୍ରୀମାନଙ୍କୁ ଏ ନେଇ ସ୍ବତନ୍ତ୍ର ତାଲିମ ଦିଆଯିବ। ଏହା ସହ ବିପର୍ଯ୍ୟୟକୁ କିଭଳି ଭାବେ ମୁକାବିଲା କରିହେବ ତାହା ଏହି ବିପର୍ଯ୍ୟୟ ପରିଚାଳନା କୋର୍ସରେ ସାମିଲ କରାଯିବ।

Leave A Reply

Your email address will not be published.