Odisha Link
Bridging the Missing Links in Odisha

ଜମ୍ମୁ ଓ କାଶ୍ମୀର ସୀମାରେ ଡ୍ରୋନ, ୫ କେଜି ବିସ୍ଫୋରକ ଜବତ

ଶ୍ରୀନଗର: ପୁଣି ଜମ୍ମୁ ଓ କାଶ୍ମୀର ସୀମାରେ ଡ୍ରୋନ ଖସାଇଲେ ଯବାନ। ଶତ୍ରୁର ଉଦ୍ୟମକୁ ପଣ୍ଡ। ଜମ୍ମୁ ଓ କାଶ୍ମୀରର କଣାଚକ ଇଲାକା ଅନ୍ତର୍ଗତ ଭାରତୀୟ ସୀମାର ପ୍ରାୟ ୬ କିଲୋମିଟର ଭିତରେ ଏକ ଡ୍ରୋନକୁ ଖସାଇ ଦିଆଯାଇଛି। ଏଥିସହ ଏହା ହେକ୍ସାକପ୍ଟର ହୋଇଥିବାବେଳେ ତନ୍ମଧ୍ୟରୁ ୫ କେଜି ବିସ୍ଫୋରକ ଜବତ ହୋଇଛି।

ଜାମ୍ମୁ ଏୟାରବେସ ନିକଟରେ ଉଡୁଥିବା ଏହି ଡ୍ରୋନକୁ ଏନଏସଜି ଦ୍ବାରା ଲଗାଯାଇଥିବା ରାଡାରରୁ ଠାବ କରାଯାଇଥିଲା।ଗତ ମାସରେ ଜାମ୍ମୁ ଏୟାରଫୋର୍ସ ବେସ ଉପରେ ହାମଲା ପରେ ଏନଏସଜି ପକ୍ଷରୁ ବିଭିନ୍ନ ସ୍ଥାନରେ ହାଇଫ୍ରିକ୍ବେନ୍ସି ରାଡାର ଲଗାଯାଇଛି।

ଗତ କିଛି ଦିନ ଧରି ବାରମ୍ବାର ଭାରତୀୟ ସୀମାରେ ସନ୍ଦିଗ୍ଧ ଡ୍ରୋନ ଠାବ ହେଉଥିବାବେଳେ ଶତ୍ରୁର ଗତିବିଧି ଉପରେ କଡା ନଜର ରଖାଯାଇଛି। ସୀମାରେ ଏବେ ସଶସ୍ତ୍ର ସୀମା ବଳ ପକ୍ଷରୁ ସତର୍କ ଦୃଷ୍ଟି ଦିଆଯାଇଛି।

Leave A Reply

Your email address will not be published.