Odisha Link
Bridging the Missing Links in Odisha

କମିଲା ସୁନା ଓ ରୂପା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: କମିଲା ସୁନା ଓ ରୂପା ଦର। ଗତ କିଛିଦିନ ଧରି ସୁନା-ରୂପା ଦର ହ୍ରାସ ପାଇଛି। ଆଜି Multi Commodity Exchange(MCX)ରେ ସୁନା ଓ ରୂପା ଉଭୟ ଦରରେ ହ୍ରାସ ଘଟିଛି। ଆଜି MCXରେ ସୁନା ୦.୨୦ ପ୍ରତିଶତ ହ୍ରାସରେ କାରବାର ଚାଲିଛି। ସେହିପରି ରୂପା ଦର ଆଜି ୦.୦୨% ହ୍ରାସ ପାଇଛି।

ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୦.୨୦ ପ୍ରତିଶତ ହ୍ରାସ ପାଇ ୪୭,୫୪୧ ଟଙ୍କାରେ କାରବାର ଚାଲି ଥିବାବେଳେ ରୂପା ପ୍ରତି କିଲୋକୁ ୦.୦୨% ହ୍ରାସ ପାଇ ୬୭,୩୬୦ ଟଙ୍କାରେ କାରବାର ଚାଲିଛି। ଗତବର୍ଷ MCXରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୪୭,୪୭୦ ଟଙ୍କାରେ କାରବାର ଚାଲିଛି। ଅର୍ଥାତ୍‌ ରେକର୍ଡ ସ୍ତରରୁ ବର୍ତ୍ତମାନ ୮,୫୦୦ ଟଙ୍କା ଶସ୍ତାରେ ମିଳୁଛି ସୁନା।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୭,୮୭୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭,୪୦୦ ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୬,୯୨୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୯,୧୩୦ ଟଙ୍କା ରହିଛି।

Leave A Reply

Your email address will not be published.