Odisha Link
Bridging the Missing Links in Odisha

ଡିଏଫଓଙ୍କୁ ୩ ଘଣ୍ଟାର ମାରାଥନ ଜେରା: ବିଦ୍ୟାଭାରତୀଙ୍କ ସହ ସମ୍ପର୍କକୁ…

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ଉପରୁ ପରଦା ହଟିପାରୁନି। ଘଟଣାରେ ପୁଲିସ ତଦନ୍ତ କରୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସହଯୋଗ କରୁଛି। ଆଜି ପୁଲିସ ଓ କ୍ରାଇମବ୍ରାଞ୍ଚ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରିଛି। ଡିଏଫଓ ସଂଗ୍ରାମ କେଶରୀ ବେହେରା ବିଦ୍ୟାଭାରତୀଙ୍କ ସହ  ସମ୍ପର୍କକୁ ଅସ୍ୱୀକାର କରିଛନ୍ତି।

ସୌମ୍ୟଙ୍କ ମୃତ୍ୟୁ  ପରଠାରୁ ସନ୍ଦେହ ଘେରରେ ରହିଛନ୍ତି  ଡିଏଫଓ। ମାମଲାର ତଦନ୍ତ ଅଧିକାରୀ ଓ ଏସଡିପିଓ କଡ଼ା ସୁରକ୍ଷାରେ ଡିଏଫଓଙ୍କୁ କାର୍ଯ୍ୟାଳୟକୁ ଅଣାଯାଇ ୩ ଘଣ୍ଟାର ମାରାଥନ ଜେରା କରିଛନ୍ତି। ଜେରା ପରେ ଡିଏଫଓ ମିଡିଆକୁ କୌଣସି ପ୍ରତିକ୍ରିୟା ନ ଦେଇ ପଳାଇଥିଲେ। କଡ଼ା ସୁରକ୍ଷାରେ ପୁଲିସ ତାଙ୍କୁ ତାଙ୍କ ସରକାରୀ ବାସଭବନକୁ ନେଇଯାଇଥିବା ଜଣାଯାଇଛି।

ଅନ୍ୟପକ୍ଷରେ କଲ ଡିଟେଲ୍ସ ଯାଞ୍ଚ ହୋଇଛି। ସବୁ ଦିଗରୁ ତଦନ୍ତ ହେଉଛି। ଆମେ ଜେରା ବେଳେ ଡାଟା ପାଇଛୁ କିନ୍ତୁ କହି ହେବନି ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଜେରାବେଳେ ଡିଏଫଓଙ୍କ କାର୍ଯ୍ୟାଳୟରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଥିଲେ ବୋଲି  ଜଣାଯାଇଛି। ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଡିଏଫଓଙ୍କ ନାମରେ ଏତଲା ମଧ୍ୟ ରହିଛି।

Leave A Reply

Your email address will not be published.