Odisha Link
Bridging the Missing Links in Odisha

ଅଗଷ୍ଟ ୨୩ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୨୩ ତାରିଖରୁ ଆରମ୍ଭ ହେବ ପିଜି ଏଣ୍ଟ୍ରାନ୍ସ। ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧ ମଧ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ। ଆଜି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ।

ଚଳିତ ବର୍ଷ ଯୁକ୍ତ ତିନି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟ ୧୯ ତାରିଖ ସୁଦ୍ଧା ଆରମ୍ଭ ହେବ। ଯାହାର ଫଳାଫଳ ସେପ୍ଟେମ୍ବର ୨୭ ସୁଦ୍ଧା ପ୍ରକାଶ ପାଇବ। ଏହାପରେ ଅଗଷ୍ଟ ୨୩ରୁ ପିଜି ପ୍ରବେଶିକା ପରୀକ୍ଷା ହେବା ସହ ଅକ୍ଟୋବର ୧୫ ତାରିଖରୁ ପିଜି ନାମଲେଖା ଆରମ୍ଭ ହେବ ବୋଲି କୁହାଯାଇଛି।

ପିଜିରେ ନାମଲେଖା ହେବା ପରେ ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ଶେଷ ହେବ। ଯାହାର ରେଜଲ୍ଟ ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବ ବୋଲି ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.