Odisha Link
Bridging the Missing Links in Odisha

ଓସିଏରେ ଆଜି ଯୋଗ ଦେବେ ୱାସିମ୍ ଜାଫର

ଭୁବନେଶ୍ବର: ଆଜି ଓସିଏ କାର୍ଯ୍ୟାଳୟରେ ଯୋଗ ଦେବେ ଓଡ଼ିଶା କ୍ରିକେଟ ଟିମ୍‌ର ନୂଆ ମୁଖ୍ୟ କୋଚ୍‌ ୱାସିମ ଜାଫର।ଅନ୍ତର୍ଜାତୀୟ କ୍ରିକେଟର ୱାସିମ ଜାଫର ଦୁଇଟି କ୍ରିକେଟ ସିଜନ୍‌ (୨୦୨୧-୨୨, ୨୦୨୨-୨୩) ଓଡ଼ିଶା ଦଳକୁ କୋଚିଂ ଦେବେ। ତାଙ୍କ ସହ ଚୁକ୍ତି କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ)।

ଶୁକ୍ରବାର ଓଡ଼ିଶା ଆସି ଜାଫର୍‌ କଟକ ଓସିଏ କାର୍ଯ୍ୟାଳୟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓସିଏ କାର୍ଯ୍ୟକର୍ତ୍ତାଙ୍କ ତରଫରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବାର ଯୋଜନା କରାଯାଉଛି। ପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ ବୋଲି ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ପୂର୍ବତନ ଭାରତୀୟ କ୍ରିକେଟର ତଥା ଜଣେ ସଫଳ କୋଚ୍‌ର ମାନ୍ୟତା ପାଇସାରିଥିବା ଜାଫରଙ୍କୁ ଓଡ଼ିଶା କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ଚୟନ କରାଯାଇଛି। କୋଚ୍‌ ଭାବେ ଜାଫରଙ୍କ ଯଥେଷ୍ଟ ଅଭିଜ୍ଞତା ରହିଛି। ଜଣେ ସଫଳ କ୍ରିକେଟର ଭାବେ ନିଜକୁ ସାବ୍ୟସ୍ତ କରିଥିବା ଜାଫର ୩୧ଟି ଟେଷ୍ଟ୍‌ ମ୍ୟାଚ ଖେଳି ୫୮ ଇନିଂସରୁ ୧୯୪୪ରନ୍‌ କରିଛନ୍ତି। ଏଥିରେ ଦୁଇଟି ଦ୍ୱିଶତକୀୟ ପାଳି ଖେଳିଥିବା ବେଳେ ୫ଟି ଶତକ ହାସଲ କରିଥିଲେ।

Leave A Reply

Your email address will not be published.