Odisha Link
Bridging the Missing Links in Odisha

ଆଫଗାନିସ୍ତାନର ରାଷ୍ଟ୍ରପତି ହେବା ପୃଥିବୀର ସବୁଠୁ ଖରାପ ଚାକିରୀ: ଅଶରଫ ଘାନି

ଆଫଗାନିସ୍ତାନ: ତାଲିବାନ ଏବେ ଆଫଗାନିସ୍ତାନକୁ ପୂରା କବଜା କରିବାକୁ ବସିଥିବା ବେଳେ ୬ ମାସ ମଧ୍ୟରେ ଆଫଗାନିସ୍ତାନରେ ଘାନିଙ୍କ ସରକାର ଭୁଶୁଡ଼ିପାରେ। ଆମେରିକାର ଗୁଇନ୍ଦା ରିପୋର୍ଟ ଅନୁସାରେ ସରକାର ପରିବର୍ତ୍ତନ ହୋଇପାରେ। ଡକ୍ଟର ଅଶରଫ ଘାନି ଏ​‌ବେ ଆଫଗାନିସ୍ତାନ ରାଷ୍ଟ୍ରପତି ଥିବା ବେଳେ ତାଲିବାନ ତାଙ୍କୁ ଗାଦିଚ୍ୟୁତ କରିବାକୁ ଲାଗିପଡ଼ିଛି।

ଅଶରଫ ଘାନି ଅକ୍ଟୋବର ୨୦୧୭ରେ ବିବିସିକୁ ପ୍ରତିକ୍ରିୟା ଦେଇ କହିଥିଲେ, ଆଫଗାନିସ୍ତାନର ରାଷ୍ଟ୍ରପତି ହେବା ପୃଥିବୀର ସବୁଠୁ ଖରାପ ଚାକିରୀ। ଏହି ବୟାନ କେତେ ସଙ୍ଗୀନ ହୋଇଯିବ ସେ ଜଣିନଥିଲେ। ଏବେ ଆଫଗାନିସ୍ତାନରେ ରକ୍ତପାତ ହେଉଥିବା ବେଳେ କେତେ ପ୍ରି ସମୟରେ ନିରୀହ ଲୋକଙ୍କ ଜୀବନ ଯାଉଛି। ତାଲିବାନ ଏବେ ଦେଶର ଅଧା ଅଂଶକୁ କବଜା କରିସାରିଲାଣି। ଏବଂ ଘାନିଙ୍କ ସରକାର ନଯିବା ଯାଏ ଅସ୍ତ୍ର ଛାଡ଼ିବୁନି ବୋଲି ତାଲିବାନ ସର୍ତ୍ତ ରଖିଛି।

୭୨ ବର୍ଷୀୟ ଘାନି ଗତବର୍ଷ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ହୋଇଛନ୍ତି। ଅସ୍ଥିର ରାଜନୀତି ମଧ୍ୟରେ ଅଶରଫ ନିଜର ପ୍ରତିଦ୍ବନ୍ଦୀ ଅବଦୁଲା ଅବଦୁଲାଙ୍କୁ ହରାଇ ରାଷ୍ଟ୍ରପତି ହୋଇଛନ୍ତି। ଏଥିପାଇଁ ଦ୍ବିତୀୟ ଥର ମତଗଣନା କରିବାକୁ ପଡ଼ିଥିଲା। ଡକ୍ଟର ଅଶରଫ ଘାନିଙ୍କୁ ଗାଦିଚ୍ୟୁତ କରିବାକୁ ତାଲିବାନ ଲାଗିପଡ଼ିଛି।

Leave A Reply

Your email address will not be published.