Odisha Link
Bridging the Missing Links in Odisha

ଗ୍ୟାଙ୍ଗଷ୍ଟାର୍ ହାଇଦରକୁ ଏନକାଉଣ୍ଟର୍

କଟକ: ଗ୍ୟାଙ୍ଗଷ୍ଟାର୍ ହାଇଦରକୁ ଏନକାଉଣ୍ଟର୍। ଚୌଦ୍ୱାର ଜେଲରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ରାସ୍ତାରେ ଏନକାଉଣ୍ଟର କରାଯାଇଥିବା ଜଣାପଡ଼ିଛି। ମଉକା ଦେଖି ସିମୁଳିଆ ନିକଟରେ ସେ ଖସିଯିବାକୁ ଚେଷ୍ଟା କରିବା ପରେ ପୋଲିସ୍ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି।

ଆଜି ଅପରାହ୍ଣ ୩ଟା ୨୦ ବେଳକୁ ଏଭଳି ଘଟଣା ଘଟିଥିଲା। ଫଳରେ ସୁରକ୍ଷାକର୍ମୀ ବାଧ୍ୟ ହୋଇ ତାକୁ ଅଟକାଇବାକୁ ଏନକାଉଣ୍ଟର୍ କରିଥିଲେ। ହାଇଦରର ପେଟରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲ୍ ନିଆଯାଉଛି। ହାଇଦରକୁ ଜଣେ ଇନ୍ସପେକ୍ଟର୍, ଜଣେ ଏସଆଇ ଓ ଏକ ସେକ୍ସନ ପୋଲିସ୍ ଫୋର୍ସ ନେଉଥିଲେ। ତେବେ ପରିସ୍ରା ଯିବ ବୋଲି କହି ଖସିଯିବାକୁ ବସିଥିଲା ହାଇଦର୍। ତାକୁ ଚେତାବନୀ ଦେବା ପରେ ମଧ୍ୟ ସେ ଶୁଣିନଥିଲା। ଫଳରେ ବାଧ୍ୟ ହୋଇ ପୋଲିସ୍ ଏନକାଉଣ୍ଟର୍ କରିଥିଲା। ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର୍ ହାଇଦର କଟକ ବଡ଼ ମେଡିକାଲରୁ ଥରେ ଖସି ଯାଇଥିଲା। ପରେ ତାକୁ ତେଲଙ୍ଗାନାରୁ ପୁଣି କାବୁ କରିଥିଲା ପୋଲିସ । ପରେ କୋଭିଡ୍ ଆକ୍ରାନ୍ତ ହେବା ପରେ ହାଇଦରକୁ କଟକ ଚୌଦ୍ୱାର ଜେଲରେ ରଖାଯାଇଥିଲ। ଆଉ ସୁସ୍ଥ ହେବା ପରେ ତାକୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ସେ ପୁଣି ଖସି ଯିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.