Odisha Link
Bridging the Missing Links in Odisha

ଲଭ୍‌ ସେକ୍ସ ଧୋକ୍କା: ଗର୍ଭବତୀ ପ୍ରେମିକାକୁ ଛାଡ଼ି ପ୍ରେମିକ ଫେରାର

ଚଣ୍ଡିଖୋଲ: ଗର୍ଭବତୀ ପ୍ରେମିକାକୁ ଛାଡ଼ି ପ୍ରେମିକ ଫେରାର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ବାଲିଚନ୍ଦ୍ରପୁର ନଳିପୁରରେ।ଲ ଭ୍‌ ସେକ୍ସ ଧୋକ୍କା ଅଭିଯୋଗ ନେଇ ବାଲିଚନ୍ଦ୍ରପୁର ଥାନାରେ ଏତଲା ଦିଆଯାଇଛି।

ସୂଚନା ମୁତାବକ, ଗାଁର ଜଣେ ଯୁବତୀ ଦୀର୍ଘ ଦିନ ଧରି ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଯୁବକ ଜଣକ ପ୍ରେମ ସମ୍ପର୍କ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ବି ରଖିଥିଲେ। ହେଲେ ଯୁବତୀ ଗର୍ଭବତୀ ହେବା ପରେ ବିବାହ କରିବାକୁ ଯୁବକ ମନା କରିଦେଇଥିବା ଅଭିଯୋଗ ହୋଇଛି।

ପରେ ଆପୋସ ସମାଧାନ କରାଇବା ପାଇଁ ଯୁବକଙ୍କ ପରିବାର ଲୋକ ଟଙ୍କା ଯାଚିଥିଲେ। ହେଲେ ଯୁବତୀଙ୍କ ପରିବାର ଲୋକେ ରାଜି ହୋଇନଥିଲେ। ପରେ ଯୁବକ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସେପଟେ ନ୍ୟାୟ ପାଇଁ ବାଲିଚନ୍ଦ୍ରପୁର ଥାନାର ଦ୍ୱାରସ୍ଥ ହେଇଛନ୍ତି ଯୁବତୀ। ଯୁବକଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.