Odisha Link
Bridging the Missing Links in Odisha

ଚାଞ୍ଚଲ୍ୟକର ବୟାନ ଦେଲେ ଶ୍ରୁତି ଗେରା, ଡ୍ରଗ୍ସ ଦେଇ ହେଉଥିଲା ନ୍ୟୁଡ୍ ଭିଡିଓ ସୁଟ୍ …

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଜଣାଶୁଣା ବିଜନେସମ୍ୟାନ୍‌ ରାଜ୍‌କୁନ୍ଦ୍ରା ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ବେଳେ ପୋର୍ଣ୍ଣୋଗ୍ରାଫି ମାମଲାରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।

ବହୁ ମଡେଲ ଏବଂ ଅଭିନେତ୍ରୀ ସୋଶାଲ ମିଡିଆରେ ରାଜଙ୍କ ପୋର୍ଣ୍ଣୋଗ୍ରାଫି କାରବାରର ଗୁମର ଖୋଲିବାରେ ଲାଗିଛନ୍ତି। ନିକଟରେ ଅଭିନେତ୍ରୀ ଶ୍ରୁତି ଗେରା ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ବ୍ୟବସାୟକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଶ୍ରୁତି ଗେରା କହିଛନ୍ତି, ଇଣ୍ଡଷ୍ଟ୍ରୀରେ ନୂଆ ଅଭିନେତ୍ରୀଙ୍କୁ ବ୍ରେକ୍ ଦେବା ବାହାନାରେ ରାଜ ସେମାନଙ୍କ ଫାଇଦା ଉଠାଉଥିଲ । ପ୍ରଥମେ ଡ୍ରଗ୍ସ ଦେଇ ସେମାନଙ୍କ ନ୍ୟୁଡ୍ ଭିଡିଓ ସୁଟ୍ କରୁଥିଲେ ଏବଂ ପରେ ସେମାନଙ୍କୁ ପର୍ଣ୍ଣ ଫିଲ୍ମରେ କାମ କରିବା ପାଇଁ ବାଧ୍ୟ କରୁଥିଲେ ବୋଲି ସେ ଖୁଲାସା କରିଛନ୍ତି।

ଶ୍ରୁତି ‘ହିନ୍ଦୁସ୍ତାନ ଟାଇମ୍ସ’କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ୨୦୧୮ରେ ସେ ରାଜ କୁନ୍ଦ୍ରାଙ୍କ କମ୍ପାନୀ ତରଫରୁ ଏକ ୱେବ୍ ସିରିଜରେ କାମ କରିବା ପାଇଁ ଅଫର ପାଇଥିଲେ। ଏଥିପାଇଁ ତାଙ୍କୁ ଜଣେ କାଷ୍ଟିଂ ନିର୍ଦ୍ଦେଶକ ଆପ୍ରୋଚ କରିଥିଲେ। କିନ୍ତୁ ସେ ଏହି ଅଫରଗୁଡ଼ିକୁ ତୁରନ୍ତ ମନା କରିଥିଲେ। ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଯେ ମୁଁ ନିଜକୁ ରକ୍ଷା କରିନେଇଥିଲି ବୋଲି ସେ କହିଛନ୍ତି।

ଶ୍ରୁତି ଆହୁରି କହିଛନ୍ତି, ଇଣ୍ଡଷ୍ଟ୍ରୀରେ ନ୍ୟୁ କମର୍‌ଙ୍କୁ ଅନେକ ଯାତନା ସହିବାକୁ ପଡୁଛି। ସେମାନଙ୍କୁ ବେଳେ ବେଳେ ହନି ଟ୍ରାପରେ ଫସାଇ ମଧ୍ୟ ଦିଆଯାଉଛି। ଆପତ୍ତିଜନକ ଭିଡିଓ କରି ବ୍ଲାକମେଲ୍ ମଧ୍ୟ କରାଯାଉଥିବା ଶ୍ରୁତି ଅଭିଯୋଗ ଆଣିଛନ୍ତି।

ରାଜ କୁନ୍ଦ୍ରାଙ୍କ କମ୍ପାନୀ ମଡେଲ ଏବଂ ଅଭିନେତ୍ରୀମାନଙ୍କୁ ୱେବ୍ ସୋ ପାଇଁ ଚୁକ୍ତିନାମା ସ୍ୱାକ୍ଷର ବେଳେ ଅଶ୍ଳୀଳତାର ସୀମା ଅତିକ୍ରମ କରିବାକୁ ଚାପ ପ୍ରୟୋଗ କରାଯାଉଥିଲା ବୋଲି ସାମ୍ନାକୁ ଆସିଛି। କେତେକ ଅଭିନେତ୍ରୀ ଅଭିଯୋଗ ମଧ୍ୟ କରିଛନ୍ତି ଯେ ରାଜଙ୍କ ଲୋକମାନେ ତାଙ୍କଠାରୁ ‘ନଗ୍ନ ଅଡିସନ୍ କ୍ଲିପ୍‌’ ମାଗିଥିଲେ।

ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ଏବେ ରାଜ କୁନ୍ଦ୍ରା ଜେଲ୍‌ରେ ଅଛନ୍ତି। ତାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ୧୯ ତାରିଖରେ ଗିରଫ କରିଥିଲା। ମୁମ୍ବାଇ ପୋଲିସ ଏହି ମାମଲା ସହିତ ଜଡିତ ଅନେକ ତଥ୍ୟ ହାସଲ କରିଛି। ଯାଂଚ ବେଳେ ଜଣାପଡିଛି ଯେ, ରାଜ କୁନ୍ଦ୍ରା ପ୍ରସ୍ତୁତ କରିଥିବା ଆପ୍ରେ ୨୦ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି। ଅନ୍ୟପଟେ ୧୧୯ ଟି ଅଶ୍ଳୀଳ ଭିଡିଓକୁ କୁନ୍ଦ୍ରା ୧୨ ଲକ୍ଷ ଡଲାରରେ ବିକ୍ରି କରିବାକୁ ଯୋଜନା କରିଥିଲେ।

ଏହାସହ  ଦକ୍ଷିଣ ଆଫ୍ରିକାର ଏକ ସ୍ପୋର୍ଟସ୍ ବ୍ୟାଟିଂ କମ୍ପାନୀ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେଇଛି। ଏଥିରୁ ପୋଲିସ ଅନୁମାନ କରୁଛି କି ଅଶ୍ଳୀଳ ଭିଡିଓରୁ ହେଉଥିବା ରୋଜଗାରକୁ କୁନ୍ଦ୍ରା ବ୍ୟାଟିଂରେ ଲଗାଉଥିଲେ। ପୋଲିସ କୋର୍ଟକୁ ଅନୁରୋଧ କରିଥିଲେ କି କୁନ୍ଦ୍ରା ୟେସ ବ୍ୟାଙ୍କ ଓ ୟୁନାଇଟେଡ ବ୍ୟାଙ୍କ ଅଫ୍ ଆଫ୍ରିକା ମଧ୍ୟରେ କରିଥିବା କାରବାରର ଯାଂଚ ପାଇଁ ଅନୁମତି ଦିଆଯାଉ। ଗତକାଲି ରାଜ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Leave A Reply

Your email address will not be published.