Odisha Link
Bridging the Missing Links in Odisha

ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ ହେଲେ ପ୍ରସାର ଭାରତୀର ପୂର୍ବତନ ସିଇଓ

କୋଲକାତା: ତୃଣମୂଳ କଂଗ୍ରେସ ପାର୍ଟି ପୂର୍ବତନ ଆଇଏଏସ ଅଧିକାରୀ ତଥା ପ୍ରସାର ଭାରତୀର ପୂର୍ବତନ ସିଇଓ ଜବାହର ସରକାରଙ୍କ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଛି। ଟିଏମସି ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି। ଜବାହର ସରକାର କିଛିଦିନ ପାଇଁ ପ୍ରସାର ଭାରତୀୟ ସିଇଓ ଭାବେ କାର୍ଯ୍ୟ କରିଥିଲେ। ଏହାସହ ମୋଦୀ ସରକାରଙ୍କ ଜଣେ କଡା ସମାଲୋଚକ ଭାବେ ସେ ବେସ୍ ଜଣାଶୁଣା।

ଟିଏମସିର ରାଜ୍ୟସଭା ସାଂସଦ ଦିନେଶ ତ୍ରିବେଦୀଙ୍କ ଇସ୍ତଫା ପରେ ତାଙ୍କ ସ୍ଥାନରେ ସରକାରଙ୍କୁ ପ୍ରାର୍ଥୀ କରିଛି ଦଳ। ତୃଣମୂଳ କଂଗ୍ରେସ ପକ୍ଷରୁ ଟ୍ୱିଟରେ କୁହାଯାଇଛି, ଆମେ ସଂସଦର ଉଚ୍ଚ ସଦନକୁ ଶ୍ରୀ ଜବାହର ସରକାରଙ୍କୁ ମନୋନୀତ କରି ଗର୍ବ ଅନୁଭବ କରୁଛୁ, ଜବାହର ସରକାର ପାଖା ପାଖି ୪୨ ବର୍ଷ ସାର୍ବଜନୀକ ସେବାରେ ସମୟ ବିତାଇଛନ୍ତି ଓ ସେ ପ୍ରସାର ଭାରତୀର ସିଇଓ ଭାବେ ବି କାର୍ଯ୍ୟ କରିଛନ୍ତି, ସାର୍ବଜନୀକ ସେବାରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ଏବେ ପୁଣି ଦେଶ ସେବା କରିବାରେ ସହଯୋଗ କରିବେ ବୋଲି ଆଶା କରୁଛୁ।

ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ଘୋଷଣା କରିଥିଲେ କି ତୃଣମୂଳ କଂଗ୍ରେସର ପୂର୍ବତନ ରାଜ୍ୟସଭା ସାଂସଦ ଦିନେଶ ତ୍ରିବେଦୀଙ୍କ ପରେ ଖାଲିପଡିଥିବା ରାଜ୍ୟସଭା ଆସନ ପାଇଁ ଅଗଷ୍ଟ ୯ ତାରିଖରେ ଉପନିର୍ବାଚନ ହେବ। ସୂଚନା ଥାଉକି ଦିନେଶ ତ୍ରିବେଦୀ ଫେବୃଆରୀ ମାସରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ।

ଏହି ଉପନିର୍ବାଚନରେ ଟିଏମସି ଜିତିବାର ସମ୍ଭାବନା ଅଧିକ ରହିଛି। କାରଣ ଦଳ ପାଖରେ ବହୁମତ ରହିଛି। ଅନ୍ୟପଟେ ମାର୍ଚ୍ଚ ମାସରେ ଟିଏମସିରେ ସାମିଲ ହୋଇଥିବା ଯଶୱନ୍ତ ସିହ୍ନାଙ୍କୁ ବି ଟିଏମସି ରାଜ୍ୟସଭା ପଠାଇ ପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.