Odisha Link
Bridging the Missing Links in Odisha

ରାଜ୍ୟରେ ସାଢ଼େ ୫ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ବର୍ତ୍ତମାନ ଟେଷ୍ଟିଂ, ଟ୍ରାକିଂ ସହ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି। ଏସବୁ ମଧ୍ୟରେ ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୧୮୩୩ନୂଆ କରୋନା ସଂକ୍ରମିତ। ଅନ୍ୟପଟେ ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ଲାଗୁନି ଅଙ୍କୁଶ। ଦିନକୁ ଦିନ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଆଉ ୬୭ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଚାଲି ଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୫୧୨ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪ ଜଣ ଥିବାବେଳେ , ଅନୁଗୁଳ ଓ କେନ୍ଦୁଝରରୁ ୧୦ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି। ସେହିପରି ସୁବର୍ଣ୍ଣପୁରରୁ ୬, ପୁରୀରୁ ୫ ଜଣ ଅଛନ୍ତି। ମୟୂରଭଞ୍ଜ ଓ ଗଞ୍ଜାମରୁ ୨ ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ବେଳେ ଦେବଗଡ଼, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା,କନ୍ଧମାଳ, କେନ୍ଦ୍ରପଡ଼ା, ମାଲକାନଗିରି ଓ ନୂଆପଡ଼ାରୁ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯,୬୭,୫୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮,୯୧୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯,୪୩,୦୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୧୨ ସଂଖ୍ୟା ପହଞ୍ଚିଥିବା ବେଳେ ଅନ୍ୟ ରୋଗ ଯୋଗୁଁ ୫୩ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.