ବରମୁଣ୍ଡା ବସଷ୍ଟାଣ୍ଡ ବୁଲିଲେ ପାଣ୍ଡିଆନ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ଆଜି ଭୁବନେଶ୍ବର ବରମୁଣ୍ଡା ବସ୍ଷ୍ଟାଣ୍ଡ ପରିଦର୍ଶନ କଲେ ୫ଟି ସଚିବ ଆଇଏଏସ୍ ଭି. କାର୍ତ୍ତିକେୟନ ପାଣ୍ଡିଆନ୍। ଅନ୍ତଃରାଜ୍ୟ ବସ୍ ଟର୍ମିନାଲ କାମର ସମୀକ୍ଷା କଲେ ପାଣ୍ଡିଆନ୍। ୨୦୨୨ ଜୁନ୍ ସୁଦ୍ଧା ସରିବ ବସ୍ ଟର୍ମିନାଲ କାମ। ଖର୍ଚ୍ଚହେବ ମୋଟ ୧୮୦ କୋଟି।
ଖଣ୍ଡଗିରି ବସ୍ ଡିପୋ କାମ ବି ଦେଖିଲେ ଭି. କାର୍ତ୍ତିକେୟନ ପାଣ୍ଡିଆନ୍। ୩୦୦ ବସ୍ ରହିବା ପାଇଁ ଖଣ୍ଡଗିରିରେ ହେଉଛି ବସ୍ ଡିପୋ। ଉନ୍ନତ ମାନର କାମ ସହ ନିର୍ଦ୍ଧାରିତ ସମୟରେ କାମ ସାରିବା ଉପରେ ଗୁରୁତ୍ବ। ୨୦୨୨ ଫେବ୍ରୁଆରୀ ସୁଦ୍ଧା ସରିବ ଜାଭିୟର-ଇନ୍ଫୋସିଟି ଛକ ରାସ୍ତା କାମ, ୫.୧୭ କିମି ଏହି ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରାଯାଉଛି।
ବରମୁଣ୍ଡା ବସ୍ଷ୍ଟାଣ୍ଡ ପରିଦର୍ଶନ ବେଳେ ୫ଟି ସଚିବଙ୍କ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା, ବିଏମସି କମିସନର ଓ ଇଡ୍କୋ ଇଡି ଭୂପିନ୍ଦର ପୁନିଆ ଉପସ୍ଥିତ ଥିଲେ।