Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦୁରପ୍ପା

କର୍ଣ୍ଣାଟକ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦୁରପ୍ପା। କିଛିଦିନ ଧରି ତାଙ୍କର ଇସ୍ତଫା ନେଇ ଚର୍ଚ୍ଚା ହୋଇ ଆସୁଥିଲା ବେଳେ ଆଜି ସେ ନିଜ ଇସ୍ତଫା ଘୋଷଣା କରିଛନ୍ତି। ମଧ୍ୟାହ୍ନ ଭୋଜନ ବିରତି ପରେ ଇସ୍ତଫା ଦେବେ‌ କହି ୟେଦିୟୁରପ୍ପା ବିଧାନସଭାରେ କାନ୍ଦି ପକାଇଛନ୍ତି।

ତାଙ୍କ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବ ମଞ୍ଚରେ ଭାବବିହ୍ବଳ ହୋଇ କୋହଭରା କଣ୍ଠରେ ୟେଦିୟୁରପ୍ପା କହିଲେ, ଅଟଳବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ମତେ କେନ୍ଦ୍ରରେ ମନ୍ତ୍ରୀ ହେବାକୁ କହିଥିଲେ। କିନ୍ତୁ, କର୍ଣ୍ଣାଟକରେ ମନ୍ତ୍ରୀ ହେବି ବୋଲି ମୁଁ କହିଥିଲି।

କର୍ଣ୍ଣାଟକରେ ବିଜେପି ସମୃଦ୍ଧ ହୋଇଛି ବୋଲି କହି ୭୮ ବର୍ଷିୟ ୟେଦିୟୁରପ୍ପା ଦିଲ୍ଲୀ ନେତୃତ୍ବକୁ ବାର୍ତ୍ତା ଦେବା ଭଳି ମନେହେଉଛି। ସେ କହିଛନ୍ତି, ମୋ ପାଇଁ ଏଠାକାର ନେତୃତ୍ବ ସଦାସର୍ବଦା ଅଗ୍ନି ପରୀକ୍ଷା ପରି ଥିଲା। ଗତ ଦୁଇ ବର୍ଷ ଥିଲା କୋଭିଡ୍। କର୍ଣ୍ଣାଟକବାସୀଙ୍କ ଋଣ ପରିଶୋଧ କରିବି। ଜନତା ଆମ ଉପରୁ ବିଶ୍ବାସ ହରାଇଥିବା କଥା ମୁଁ ଅଫିସର୍ ଏବଂ ବିଧାୟକମାନଙ୍କୁ କହିଛି। ନିଷ୍କପଟ ସାଧୁତା ମାର୍ଗରେ ଆମକୁ କଠିନ ଶ୍ରମ କରିବାକୁ ପଡ଼ିବ। ଅନେକ ଅଫିସର୍ ସାଧୁ। ସମସ୍ତେ ସାଧୁ ହେବା ଉଚିତ। ବାଙ୍ଗାଲୋର୍ ଗୋଟାଏ ସର୍ବୋତ୍କୃଷ୍ଟ ସହର ହେବାକୁ ଯାଉଛି।

ବିଏସ ୟେଦୁରପ୍ପା ଏକ ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିନଥିବାରୁ କଂଗ୍ରେସ ଓ ଜେଡ଼ିଏସର ମିଳିତ ସରକାର ଗଠନ ହୋଇଥିଲା। କିନ୍ତୁ ପରେପରେ ୟେଦୁରପ୍ପା କ୍ଷମତା ଅକ୍ତିଆର କରିବାକୁ ନୂଆ ରଣନୀତି କରିଥିଲେ। କଂଗ୍ରେସ ଓ ଜେଡ଼ିଏସ ସରକାର ଭାଙ୍ଗିବା ପାଇଁ ସେହି ଦଳର କେତେକ ବିଧାୟକଙ୍କୁ ୟେଦୁରପ୍ପା ନିଜ ପଟକୁ ଆକର୍ଷିତ କରି ସଫଳ ବି ହୋଇଥିଲେ। ବହୁ କଷ୍ଟରେ ସେ ସରକାର ଗଠନ କରିଥିଲେବି ଏବେ ନିଜ ଦଳ ହିଁ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି।

Leave A Reply

Your email address will not be published.