Odisha Link
Bridging the Missing Links in Odisha

ଭୂତ ପାଇଁ ଅଟକିଲା କ୍ରିକେଟ୍‌ ମ୍ୟାଚ୍‌ ! ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ସାଧାରଣତଃ ବର୍ଷା, ଝଡ଼ ତୋଫାନ ବା ଖରାପ ଆଲୋକ ଯୋଗୁଁ କୌଣସି କ୍ରିକେଟ ମ୍ୟାଚ୍‌ ରୋକା ଯାଇଥାଏ। ଏସବୁ ବ୍ୟତୀତ ବିଭିନ୍ନ କାରଣରୁ ମଧ୍ୟ ଖେଳକୁ ରୋକାଯାଇଥାଏ। ହେଲେ ପ୍ରଥମଥର ପାଇଁ କୌଣସି ମ୍ୟାଚକୁ ଭୂତ କାରଣରୁ କିଛି ସମୟ ରୋକିବାକୁ ପଡ଼ିଛି। ଏକଥା ଆମେ କହୁନାହୁଁ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କୁହାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ପ୍ରଥମଥର କୌଣସି ମ୍ୟାଚ୍ ଭୂତ ଯୋଗୁ ରୋକା ଯାଇଛି। ଭାଇରାଲ ହେଉଥିବା ଭିଡିଓଟି ଜିମ୍ବାୱେ ଓ ବାଂଲାଦେଶ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚର।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଷ୍ଟମ୍ପରୁ ହଠାତ୍‌ ଷ୍ଟମ୍ପ ଗଳି ପଡ଼ିଥିଲା। ଷ୍ଟମ୍ପ୍‌ ପାଖରେ ବ୍ୟାଟସମ୍ୟାନ୍‌ ନଥିଲେ ଏବଂ ରହସ୍ୟମୟ ଭାବେ ବେଲ୍‌ ଷ୍ଟମ୍ପରୁ ଆପେ ଆପେ ଗଳି ପଡ଼ିଥିଲା । ଏଭଳି ଘଟଣା ବାଂଲାଦେଶ ଇନିଂସର ୧୮ ତମ ଓଭରରେ ଦେଖିବାକୁ ମିଳିଥିଲା।

ଷ୍ଟ୍ରାଇକରେ ମହମ୍ମଦ ସୈଫୁଦ୍ଦିନ ଥିଲେ। ମ୍ବାୱେ ବୋଲର ତେନ୍ଦାଇ ଚତରା ନିଜ ଓଭରର ପଞ୍ଚମ ବଲ୍ ପକାଉଥିଲେ। ବ୍ୟାଟିଂ କରୁଥିବା ସୈଫୁଦ୍ଦିନ ଶଟ୍ ମାରିଥିଲେ। କିନ୍ତୁ ସେ ପଛକୁ ଚାହିଁ ଦେଖିଲା ବେଳକୁ ଷ୍ଟମ୍ପରୁ ବେଲ୍ ଗଳି ପଡ଼ିଛି। ତେବେ ବେଲ୍ କେମିତି ଗଳିଲା, ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏକ ସମୟରେ ଲାଗୁଥିଲା ଯେପରି ବ୍ୟାଟ୍ସମ୍ୟାନ୍ ଜଣକ ହିଟ୍ ୱିକେଟ୍ ହୋଇଛନ୍ତି।

ଫିଲ୍ଡ ଅମ୍ପାୟାର ମଧ୍ୟ ଥାର୍ଡ ଅମ୍ପାୟାରଙ୍କୁ ପଚାରିଥିଲେ। ରିପ୍ଲେ’ରେ ଯେଉଁ ଫୁଟେଜ୍ ଦେଖିବାକୁ ମିଳିଲା, ତାହା ସମସ୍ତଙ୍କୁ ତାଜୁବ କରିଦେଲା। ରିପ୍ଲେରେ ଦେଖିବାକୁ ମିଳିଲା ସୈଫୁଦ୍ଦିନ ଷ୍ଟମ୍ପ ଠାରୁ ଯଥେଷ୍ଟ ଦୂରରେ ଥିଲେ ଏବଂ ବେଲଟି ପବନରେ ଗଳି ପଡ଼ିଛି। ତେବେ କ୍ରିକେଟ୍ ମ୍ୟାଚରେ ସାଧାରଣ ପବନରେ ବେଲ୍ ଗଳି ପଡ଼େ। କିନ୍ତୁ ଏହି ମ୍ୟାଚରେ ବେଲ୍ ଯେଉଁଭଳି ଢଙ୍ଗରେ ପଡ଼ିଲା, ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଏହି ଘଟଣାକୁ ନେଇ ସୋଶାଲ ମିଡିଆ ୟୁଜର୍ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

Leave A Reply

Your email address will not be published.