ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ
ନୂଆଦିଲ୍ଲୀ: ଅକ୍ଟୋବର ୩ରେ ଅନୁଷ୍ଠିତ ହେବ ଜେଇଇ ଆଡଭାନ୍ସଡ ପରୀକ୍ଷା।ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଇଆଇଟି ଗୁଡ଼ିକରେ ଆଡମିଶନ ପାଇଁ ଏହି ପରୀକ୍ଷା ସମଗ୍ର ଦେଶରେ ହେବ।
JEE (Advanced) 2021 examination for admission in #IITs will be held on the 3rd October, 2021. The examination will be conducted adhering to all Covid-protocols.@DG_NTA @PIBHRD @EduMinOfIndia @IITKgp @PMOIndia
— Dharmendra Pradhan (@dpradhanbjp) July 26, 2021
ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ଗାଇଡଲାଇନ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ଆଇଆଇଟି ଖଡ଼ଗୁପର ପରୀକ୍ଷା ଆୟୋଜନ କରୁଛି। ବିଭିନ୍ନ ଆଇଆଇଟିରେ ପଢ଼ିବାକୁ ଚାହୁଁଥିବା ପିଲାମାନେ ଏହି ପରୀକ୍ଷା ଦେଇ ପାରିବେ। ରାଙ୍କ ଅନୁସାରେ ସେମାନଙ୍କୁ ଆଇଆଇଟିରେ ଆଡମିଶନ ପାଇଁ ଅନୁମତି ମିଳିବ।