Odisha Link
Bridging the Missing Links in Odisha

ଖୋଲିପାରେ ଶ୍ରୀମନ୍ଦିର, ୪ରେ ନିଆଯିବ ନିଷ୍ପତ୍ତି

ପୁରୀ: ମହାମାର କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ମନ୍ଦିର ସମେତ ବିଭିନ୍ନ ଧାର୍ମିକଅନୁଷ୍ଠାନ ବନ୍ଦ ରହିଛି। ଏଥିସହିତ ଶ୍ରୀମନ୍ଦିର ଦ୍ବାର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହାନ୍ତି ଭକ୍ତ। ବିନା ଭକ୍ତରେ ରଥଯାତ୍ରା ସରିବା ପରେ ଶ୍ରୀମନ୍ଦିର ଖୋଲିବାକୁ ହୋଇପାରେ ନିଷ୍ପତ୍ତି। ଏଥିପାଇଁ ଅଗଷ୍ଟ ୪ ତାରିଖରେ ବସିବ ବୈଠକ।

ମିଳିଥିବା ସୂଚନା ମୁତାବିକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ଭର୍ଚୁଆଲରେ ରହିବେ ପୁରୀ ଜିଲ୍ଲାପାଳ, ଏସ୍‌ପି, ସିଡିଏମ୍‌ଓ, ସମନ୍ୱୟ କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ରହିବେ। ପ୍ରାୟ ଅଢ଼େଇ ମାସ ହେଲାଣି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିଛି।

Leave A Reply

Your email address will not be published.